ମେଷ
ଅଶ୍ୱନୀ – ବ୍ୟବସାୟରେ ଆଶା କରାଯାଉଥିବା ଫଳ ନ ପାଇ ଆପଣଙ୍କୁ କିଛି ନିରାଶାର ସମ୍ମୁଖୀନ ହେବାକୁ ପଡ଼ିପାରେ । କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଯୋଜନା ଆଣିବେ ।
ଦ୍ୱିଜା – ପରିବାରକୁ ଏକଜୁଟ ରଖିବା ପାଇଁ ସଫଳ ହେବେ । ଶିକ୍ଷା କ୍ଷେତ୍ରରେ ସରକାରୀ ପ୍ରୋତ୍ସାହନ ମିଳିପାରେ ।
କୃତିକା – ସମାଜରେ ଆପଣଙ୍କର ଲୋକ ପ୍ରିୟତା ବଢିବ । ସମ୍ପତି ବାଡିକୁ ନେଇ ଲାଗିଥିବା ଆୟନ ଗତ ଲଢେଇରେ ବିଜୟୀ ଲାଭର ଯଥେଷ୍ଟ ସମ୍ଭାବନା ଅଛି ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ମହାଦେବଙ୍କ ପୂଜା କରନ୍ତୁ
ବୃଷ
କୃତିକା - ସ୍ୱାସ୍ଥ୍ୟ ସମସ୍ୟା ଅନେକାଂଶରେ କମ୍ ରହିବ । ଔଷଧ ସମ୍ପନ୍ଧୀୟ ବ୍ୟବସାୟ, ଖଣିଜ ସମ୍ପଦ ବ୍ୟବସାୟରୁ ଲାଭବାନ୍ ହେବେ ।
ରୋହିଣୀ – ପରିବାରର ସଦସ୍ୟଙ୍କ ସହିତ ଭଦ୍ର ଭାବରେ କଥା ହେବେ ଏବଂ ସହନଶୀଳତା ବଜାୟ ରଖିବେ । ବିଦ୍ୟାର୍ଥୀ ମାନେ ଉତମ ଫଳ ପାଇବେ
ମୃଗଶିରା – ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ଆଣିବା ସହିତ କିଛି ଅର୍ଥ ସଞ୍ଚୟ କରି ପାରନ୍ତି । ନୂଆ ଗୃହ ନିର୍ମାଣ କରି ଘରକୁ ଅଧିକ ଆକର୍ଷଣ କରିବେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ
ମିଥୁନ
ମୃଗଶିରା - ପରିବହନ ଓ ଖାଦ୍ୟ ପଦାର୍ଥକୁ ନେଇ ବ୍ୟବସାୟରେ ନିଜ ଆଶାନୁରୂପକ ବ୍ୟବସାୟ କରିବେ । ଗଣ ମାଧ୍ୟମ ପ୍ରତିନିଧି ପାଇଁ ଦିନଟା ବ୍ୟସ୍ତତାରେ କଟିବ ।
ଆଦ୍ରା - ସମସ୍ତ ପରିବାର ସଦର୍ସ ଏକାଠି ମିଶି ଦୂର ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି । ଆପଣଙ୍କ ଜୀବନ ସାଥୀଙ୍କ ସହିତ ସମ୍ପର୍କ ମଧୁର ରହିବ । ସମ୍ମାନିତ ଲୋକଙ୍କ ସହ ମିଶିବେ ।
ପୁନର୍ବସୁ - ଅଦାଲତରେ ସଫଳତା ହାସଲ କରି ଆନନ୍ଦ ଅନୁଭବ କରିବେ । ଭଲ ଟଙ୍କା ରୋଜଗାର କରିବା ଆରମ୍ଭ କରିବା ସହିତ ଅନାବଶ୍ୟକ ଟଙ୍କା ଖର୍ଚ୍ଚ କରିବାରୁ ନିବୃତ୍ତ ରହିବେ ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
କର୍କଟ
ପୁନର୍ବସୁ - ବିବାହ ଯୋଗ୍ୟ ଯୁବକଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ । କୈାଣସି କଳା କ୍ଷେତ୍ରରେ ଅଭିନୟ ପାଇଁ ସୁଯୋଗ ପାଇବେ ।
ପୁଷ୍ୟା – ଛାତ୍ରଛାତ୍ରିଙ୍କର ପାଠ ପଢାରେ ମନ ଲାଗିବ । ରାଜନୈତିକ ସମର୍ଥନ ପାଇବେ । ଆପଣଙ୍କର ତୀବ୍ର ବୁଦ୍ଧି ପାଇଁ ପୁରସ୍କାର ମିଳିବା ଯୋଗ ଅଛି ।
ଅଶ୍ଳେଷା - ବନ୍ଧୁଙ୍କ ସହିତ ଠାକୁର ଦର୍ଶନ ପାଇଁ ମନ୍ଦିର ଯିବେ । ଖୋଳାଳି ମାନେ ଉତମ ପ୍ରଦର୍ଶନ କରି ସମୀକ୍ଷକଙ୍କ ପ୍ରଂଶସା ଭାଜନ ହେବେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଶ୍ରୀ ଗଣେଷଙ୍କର ପୂଜା କରନ୍ତୁ
ସିଂହ
ମଘା – ବ୍ୟବସାୟ-ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ । କର୍ମକ୍ଷେତ୍ରରେ କର୍ମଚାରୀ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ ।
ପୂ , ଫାଲଗୁନୀ - ଶତ୍ରୁମାନେ ସମ୍ମୁଖରେ ନ ହେଲେ ମଧ୍ୟ ପଛରେ ବିଭିନ୍ନ ସମାଲୋଚନାତ୍ମକ କଥା କହିପାରନ୍ତି । ଛାତ୍ରଛାତ୍ରି ପଢାରେ ଆଗେଇବା ପାଇଁ ଚେଷ୍ଟା କରିବେ ।
ଉ ,ଫାଲଗୁନୀ – ଅଫିସ୍ରେ ତଳିଆ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବେ । ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିପାରନ୍ତି ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର –ଓଁ ହ୍ରୀଂ ହ୍ରୀଂ ରାଂ ରାମାୟ ନମଃ ଜପ କରନ୍ତୁ
କନ୍ୟା
ଉ , ଫାଲଗୁନୀ – କୈାଣସି ଆତ୍ମୀୟଙ୍କ ନକାରତ୍ମକ ଚିନ୍ତାଧାରା ମନକୁ ସାମୟିକ ବିବ୍ରତ କରିପାରେ । ଧାର୍ମିକ ଆୟୋଜନର ରୂପରେଖ ପ୍ରସ୍ତୁତ କରିବେ
ହସ୍ତା – ରାଜନୈତିକ ପରିସି୍ଥତି ସମ୍ଭାଳିବାକୁ ପଡିପାରେ । ସରକାରୀ ସ୍ତରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ ।
ଚିତ୍ରା – ଅଫିସ୍ କାମରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ଜମିବାଡିକୁ ନେଇ ପରିବାରରେ ସାମୟିକ ଅଶାନ୍ତି ଦେଖାଦେବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ଧଳା ବା ନୀଳ ରଙ୍ଗର ପୋଷାକ ପରିଧାନ କରନ୍ତୁ
ତୁଳା
ଚିତ୍ରା – ପରିବାର ଭିତରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ଅଧିକାଂଶ ସମୟ ମନ ଅସ୍ଥିର ରହିବା କାରଣରୁ କାମ ଗୁଡିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପାରେ
ସ୍ୱାତୀ – ଆର୍ôଥକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ ରହିବ । ବିଭିନ୍ନ ପ୍ରତିବନ୍ଧକ ମଧ୍ୟରେ କାମ ଠିକ୍ ଭାବେ ସମ୍ପନ୍ନ ହେବା କଷ୍ଟକର ହେବ । ସଭାସମିତିରେ ଉନ୍ନତ ମାନର ଆଲୋଚନା କରିବେ ।
ବିଶାଖା – ବହୁ ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରିପାରନ୍ତି । ମହିଳା ମାନେ ଧୈର୍ୟ୍ୟ ଧରି କାମ କରିଲେ କାର୍ୟ୍ୟରେ ବିଜୟଲାଭ କରିବେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଧଳା ବା ନୀଳ ରଙ୍ଗର ପୋଷାକ ପରିଧାନ କରନ୍ତୁ
ବିଛା
ବିଶାଖା – ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ସହମର୍କୀଙ୍କ କଥାରେ ପ୍ରଭାବିତ ହୋଇ କୈାଣସି ନୂତନ କାମ କରିପାରନ୍ତି । ବୈବାହିକ ବନ୍ଧନରେ ବାନ୍ଧି ହୋଇପାରନ୍ତି ।
ଅନୁରାଧା – ସାମାଜିକ ଗତିବିଧିରେ ସକ୍ରିୟ ଭୂମିକା ନିର୍ବାହ କରିବେ । ଘରୋଇ କଂପାନୀରେ ଚାକିରି ମିଳିପାରେ
ଜ୍ୟେଷ୍ଠା – ବ୍ୟାଙ୍କରୁ ଋଣ ପାଇବାର ପଥ ପରିଷ୍କାର ହୋଇଯିବ । ଜମିଜମା କ୍ଷେତ୍ରରେ ଅଶାନୂରୁପ ସଫଳତା ମିଳିବ । ମହିଳା ମାନେ ଅର୍ଥଲାଭ କରିବେ । ମାଲିମକଦ୍ଧମାରେ ଜୟଯୁକ୍ତ ହେବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବିଦ୍ଧି ପୂର୍ବକ ଶିବ ପୂଜା କରନ୍ତୁ
ଧନୁ
ମୂଳା – କୈାଣସି କାମ ସଂପୂର୍ଣ୍ଣ ହେବା ଯୋଗୁଁ ମନ ଖୁସି ରହିବ । ନୂତନ ପୋଷାକ ଅଳଙ୍କାର ନିଜପାଇଁ କିଣି ପାରନ୍ତି । ପାରିବାରିକ ଜୀବନ ଭୃତ୍ୟଲାଭ ଯୋଗ ରହିଛି ।
ପୂ , ଷାଢା – ସରକାରି ସହୟତା ପାଇବେ ବା ଉଚ୍ଚପଦସ୍ଥ ଅଧିକାରୀଙ୍କ ଅନୁକମ୍ପା ହାସଲ କରିବେ । ବିଦ୍ୟାର୍ଥୀ ମାନେ ପଢାପଢିରେ ଓ ପରିକ୍ଷାରେ କୃତକାର୍ୟ୍ୟ ହେବେ ।
ଉ , ଷାଢା – ଜମିବାଡି ସମ୍ବନ୍ଧୀୟ ମତାନ୍ତର ସୃଷ୍ଟି ହେବ । ମହିଳା ମାନେ ପୂଜା, ପାଠରେ ମନ ଲଗାଇବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶନି ଦେବଙ୍କ ପୂଜା ପୂଜା କରନ୍ତୁ
ମକର
ଉ , ଷାଢା - ଶରୀରରେ ଆଘାତ ଲାଗିପାରେ । ଦାମ୍ପତ୍ୟ ଜୀବନ ଖୁସି ଭରା ରହିବ । ବ୍ୟପାରୀ ବର୍ଗଙ୍କୁ ଅଚାନକ ଧନ ଲାଭ ହେବ । ଚାକିରୀଆଙ୍କୁ ନୂଆ ପକଳ୍ପ ଦାୟିତ୍ୱ ମିଳିବ ।
ଶ୍ରବଣା – ସାମାଜିକ କାର୍ୟ୍ୟକୁ ଯିବା ପାଈଁ ଭଲ ଅବସର ମିଳିବେ । ରାଜନେତାଙ୍କର ସମାଜରେ ଆଦର ବଢିବ । ପଢାରେ ଗୁରୁଜନଙ୍କ ଆଶ୍ରିବାଦ ଲାଭ କରିବେ ।
ଧନିଷ୍ଠା – ନୂଆ ଘର କିଣିବା ଲାଗି ଆଗ୍ରହ ପ୍ରକାଶ କରିବେ । ମହିଳା ମାନେ ନୂଆ ଜିନିଷ କିଣିବା ପାଇଁ ଆଗ୍ରହ ପ୍ରକାଶ କରିବେ । ମୂଲ୍ୟବାନ୍ ଜିନିଷ ହଜି ଯିବାର ସମ୍ଭାବନା ରହିଛି
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ହନୁମାନଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
କୁମ୍ଭ
ଧନିଷ୍ଠା – ବ୍ୟବସାୟରେ ସ୍ଥାୟୀ ରହିବା ପାଇଁ ଚେଷ୍ଟା କରିବେ । ସଂଗଠନ କ୍ଷେତ୍ରରେ ନିଜକୁ ସାମିଲ କରିବା ସହିତ ନିଜର ଦକ୍ଷତା ପ୍ରତିପାଦିତ କରିବେ ।
ଶତଭିଷା – ଖାଦ୍ୟ , ପାନୀୟ ପ୍ରତି ସଚେତନ ରୁହନ୍ତୁ । ରାଜନିତିରେ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ହାତ ମୁଶାଇବେ । ଛାତ୍ରଛାତ୍ରି ଗୁରୁଜନଙ୍କ ଠାରୁ ଭଲ ପରାମର୍ଶ ପାଇବେ ।
ପୂ , ଭାଦ୍ରପଦ – ଅଫିସ୍ରେ ଆପଣଙ୍କୁ ସାବଧାନ୍ ରହିବାକୁ ପଡିବ । ଜମିକୁ ନେଇ ବହୁ ଦିନରୁ ଲାଗି ରହିଥିବା ସମସ୍ୟା ସମାଧାନ ହୋଇଯିବ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ନାଲି ପୋଷାକ ବ୍ୟବହାର କରନ୍ତୁ
ମୀନ
ପୂ , ଭାଦ୍ରପଦ - ପେଟରେ ସାମାନ୍ୟ କଷ୍ଟ ଅନୁଭବ କରିବେ । କୈାଣସି ବଡ ସୁବିଧା ମିଳିବା ଯୋଗୁଁ ଧନ ଲାଭ ହେବ । ବନ୍ଧୁ ମାନଙ୍କ ସହିତ ହସ ଖୁସିରେ ସମୟ କଟାଇବେ
ଉ , ଭଦ୍ରପଦ - ଜୀବନ ସାଥିଙ୍କୁ ମନ ପସନ୍ଦ ଉପହାର ଦେବେ । ରାଜନୀତିରେ ନିଜର ସଂଗଠନିକ ଦକ୍ଷତା ଯୋଗ୍ୟତା ଅନୁସାରେ କୈାଣସି ଉଚ୍ଚ ପଦବୀ ମିଳିପାରେ
ରେବତୀ – ପ୍ରତ୍ୟେକ ପ୍ରତିବନ୍ଧକକୁ ସମ୍ମୁଖୀନ କରି ଆଗେଇ ବାକୁ ବାଧ୍ୟ ହେବେ । ଗୃହ ନିର୍ମାଣ ବ୍ୟବସାୟ କ୍ଷେତ୍ରରେ ସଫଳତା ଲାଭ କରିବେ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ସୂର୍ୟ୍ୟ ନାରାୟଣଙ୍କୁ ଜଳ ପ୍ରଦାନ କରନ୍ତୁ