35ଟି ଷ୍ଟ୍ରଲ୍ ରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଙ୍କ ଦ୍ଵାରା ଦେଶ ବିଦେଶର କଳାକାର ମାନେ ଦେଖାଇବେ ତାଙ୍କ ନିଖୁଣ ବାଲୁକା କଳା। କୋଣାର୍କ ଉତ୍ସବକୁ ଦେଶ ବିଦେଶରୁ ଆସୁଥିବା ପର୍ଯଟକଙ୍କୁ ଆକୃଷ୍ଟ ବିଭିନ୍ନ ପଦକ୍ଷେପ ନିଆଯାଇଛି I
5ତାରିଖ ପର୍ଯ୍ୟନ୍ତ ଚାଲିବ ବିଭିନ୍ନ କାର୍ଯ୍ୟକ୍ରମ

ପୁରୀ: ଆଜିଠୁ କୋଣାର୍କ ମହୋତ୍ସବ। 5ତାରିଖ ପର୍ଯ୍ୟନ୍ତ ଚାଲିବ ବିଭିନ୍ନ କାର୍ଯ୍ୟକ୍ରମ। ନବବନ୍ଧୁ ପରି ଆଲୋକରେ ସଜାଯାଇଛି କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ। ଅପେକ୍ଷା କରିଛି ଦେଶ ବିଦେଶର ନୃତ୍ୟଗୁରୁଙ୍କ ଘୁଘୁରର ତାଳକୁ।କୋଣାର୍କ ନାଟ୍ୟ ମଣ୍ଡପରେ ପ୍ରତିବର୍ଷ ପରି ଏହି ଉତ୍ସବ 5 ଦିନ ଧରି ଚାଲିବ। ସେପଟେ କୋଣାର୍କ ଉତ୍ସବକୁ ଅଧିକ ସୁନ୍ଦର କରିବା ପାଇଁ ଚନ୍ଦ୍ରଭାଗା କୂଳରେ ଆୟୋଜନ କରାଯାଇଛି ବାଲୁକାକଳା ମହୋତ୍ସବ।
Download Argus News App
