ସେହି ପରିଧି ମଧ୍ୟରେ ଏହି ସୁଲଭ ଶୌଚାଳୟ ଏବଂ ଦୁଗ୍ଧ ବିକ୍ରୟ କେନ୍ଦ୍ର ଆସୁଛି l ତେଣୁ ଦୁଗ୍ଧ ବିକ୍ରୟ କେନ୍ଦ୍ର ଭଙ୍ଗା ଯାଇ ସାରିଛି ଅଳ୍ପ ଦିନରେ ଶୌଚାଳୟ ମଧ୍ୟ ଭଙ୍ଗା ଯିବ l ଦୂର ଦୃଷ୍ଟି ନଥାଇ ଯେନ ତେନ ପ୍ରକଳ୍ପ କରାଯାଉଛି ଆଉ ପରେ ତାକୁ ଭଙ୍ଗା ଯାଉଛି l ଏଥିପାଇଁ ପ୍ରଶାସନ ହିଁ ଦାୟୀ ବୋଲି ସାଧାରଣ ଜନତା ଏବଂ ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି ।
ସରକାର କା ମାଲ୍, ଦରିୟା ମେ ଡାଲ୍

ଅର୍ଗସ ବ୍ୟୁରୋ : ସରକାର କା ମାଲ୍, ଦରିୟା ମେ ଡାଲ୍ । ସହରର ମୁଖ୍ୟ ଛକରେ ପ୍ରାୟ 3 ଲକ୍ଷ ଟଙ୍କା ବ୍ୟୟ କରି ସାର୍ବଜନୀନ ଶୌଚାଳୟ ଓ ଦୁଗ୍ଧ ବିକ୍ରୟ କେନ୍ଦ୍ର ନିର୍ମାଣ କରାଗଲା । ଉଦଘାଟନକୁ ବର୍ଷେ ବିତିଗଲା କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଶୌଚାଳୟର ତାଲା ଫିଟିଲା ନାହିଁ । କୋରାପୁଟ ଜିଲ୍ଲା ବୋରିଗୁମ୍ମାର ମୁଖ୍ୟ ଟ୍ରାଫିକ ଛକ ଏବେ ପ୍ରଶସ୍ତ ହେବାରୁ 70 ଫୁଟ ପରିଧି ମଧ୍ୟରେ ଆସୁଥିବା ସମସ୍ତ ସରକାରୀ ଏବଂ ବେସରକାରୀ ଜାଗା ଭଙ୍ଗା ଯିବ ।
Download Argus News App
