ନୂଆଦିଲ୍ଲୀ: ସଂସଦରେ ଉଠିଲା ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗ । କୋରାପୁଟ କଂଗ୍ରେସ ସାଂସଦ ସପ୍ତଗରି ଉଲ୍ଲାକା ସଂସଦରେ ଉଠାଇଛନ୍ତି ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗ । ସେ ଲୋକସଭା ବାଚସ୍ପତିଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ, ସ୍ମିତାରାଣୀ ମୃତ୍ୟୁ ଘଟଣାରେ କୌଣସି ତଦନ୍ତ ନକରାଯାଇ ଏହାକୁ ଏକ ଆତ୍ମହତ୍ୟାର ରୂପ ଦେଇଛି ସ୍ଥାନୀୟ ପୋଲିସ । ସେ ଓଡ଼ିଶା ସରକାରଙ୍କ ଆଡ଼କୁ ଇଙ୍ଗିତ କରି ମଧ୍ୟ ଏହା କହିଛନ୍ତି ।
ସ୍ମିତାରାଣୀ ମୃତ୍ୟୁ ଘଟଣା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି ସେ ପରୋକ୍ଷରେ କହିଛନ୍ତି । ଏବଂ ଏହି ଘଟଣାରେ ସେ ସିବିଆଇ ତଦନ୍ତ ଦାବି କରିଛନ୍ତି । ଏହି ଘଟଣାରେ ସିବିଆଇ ତଦନ୍ତ କରାଗଲେ ଉକ୍ତ ମହିଳା ଭିଏଲ୍ଡବ୍ଲ୍ୟୁ ସ୍ମିତାରାଣୀଙ୍କ ପରିବାରକୁ ନ୍ୟାୟ ମିଳିପାରିବ ।
ଅନ୍ୟପଟେ ସପ୍ତଗିରି ଉଲ୍ଲାକାଙ୍କ ଦାବିକୁ ବିରୋଧ କରିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ସେ କହିଛନ୍ତି ଏହି ଘଟଣା ସମ୍ପର୍କରେ ଓଡ଼ିଶା ବିଧାନସଭାରେ ଆଲୋଚନା ହୋଇସାରିଛି । ଏହା ସମ୍ପୂର୍ଣ୍ଣ ରୂପେ ଓଡ଼ିଶା ସରକାରଙ୍କ ଅଧିନରେ ଯାଉଛି । ଏହାର ଦାୟିତ୍ୱ ନେଇଛନ୍ତି ଓଡ଼ିଶା ସରକାର । ସଂସଦରେ ଏହି ଘଟଣା ଉଠାଯିବାର କୌଣସି ପ୍ରାସଙ୍ଗିକତା ନାହିଁ । କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି କଂଗ୍ରେସ ସାଂସ ଏଭଳି କରୁଥିବା କଥା କହିଛନ୍ତି ପିନାକୀ ।
ତେବେ ଏହି ଘଟଣାରେ ରିପୋର୍ଟ ମାଗି ଯାଞ୍ଚ କରିବେ ବୋଲି କହିଛନ୍ତି ବାଚସ୍ପତି ।ଅର୍ଗସ ବ୍ୟୁରୋ : ଭୂମିକମ୍ପରେ ଥରିଲା ମେଘାଳୟ । ଆଜି ସନ୍ଧ୍ୟା ପ୍ରାୟ ୬.୧୫ରେ ଅନୁଭୂତ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରହିଛି । ଭୂମିକମ୍ପ ଯୋଗୁଁ, ମେଘାଳୟ, ଆସାମ ସହ ତ୍ରିପୁରା ଏବଂ ପଶ୍ଚିମବଙ୍ଗରେ ମଧ୍ୟ ତୀବ୍ର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ରେକର୍ଡ ହୋଇଛି।
ଅଧିକ ପଢନ୍ତୁ ଭାରତ ଖବର
ସଂସ୍ଥା କହିଛି ଯେ ଭୂପୃଷ୍ଠରୁ ୧୦ କିମି ଗଭୀରରରେ ଏହା ସୃଷ୍ଟି ହୋଇଥିଲା । ମେଘାଳୟରେ ସବୁଠାରୁ ଅଧିକ ତୀବ୍ରତାର ଝଟକା ଅନୁଭବ ହୋଇଛି । ଏହାବାଦ ପଶ୍ଚିମବଙ୍ଗ ଓ ଆସାମର କିଛି ସ୍ଥାନରେ ମଧ୍ୟ ଲୋକମାନେ ଝଟକା ଅନୁଭବ କରିଛନ୍ତି । ହଠାତ୍ ଭୂମିକମ୍ପ ଫଳରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବର୍ତ୍ତମାନ ସୁଦ୍ଧା କୌଣସି ଧନ-ଜୀବନ କ୍ଷତି ନେଇ ସୂଚନା ମିଳିନାହିଁ।
ଅର୍ଗସ ବ୍ୟୁରୋ : ରାଜସ୍ଥାନର ଚିତ୍ତୋରଗଡ଼ରେ ବିଶାଳ ରାଲି କରିଛନ୍ତି ପିଏମ ମୋଦି। ଏହି ଅବସରରେ ସାନୱାଲିଆ ସେଠ୍ ମନ୍ଦିର ଯାଇ ଦର୍ଶନ କରିବା ସହ ଚିତ୍ତୋରଗଡରେ ପ୍ରାୟ 7 ହଜାର କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସେଠାରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧନ କରିବା ସମୟରେ ପ୍ରଧାନମନ୍ତ୍ରୀ ରାଜସ୍ଥାନର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
କଂଗ୍ରେସ ସରକାରରେ ରାଜସ୍ଥାନ ଅପରାଧ ତାଲିକାଲେ ଶୀର୍ଷରେ ରହିବା ଏକ ଲଜ୍ଜାଜନକ ବୋଲି କହିଛନ୍ତି ମୋଦି । ଅପାରଗ ସରକାରକୁ ଟାର୍ଗେଟ୍ କରି କହିଛନ୍ତି ପାଞ୍ଚ ବର୍ଷ ଧରି ରାଜସ୍ଥାନକୁ କେବଳ ଲୁଟିଛି କଂଗ୍ରେସ ସରକାର। ଏବେ ଗେହଲଟ ସରକାର ବିଦାୟ ନେବାର କାଉଣ୍ଟଡାଉନ୍ ଆରମ୍ଭ ହୋଇସାରିଛି। ବିଜେପିକୁ କ୍ଷମତାକୁ ଆଣିବାକୁ ରାଜସ୍ଥାନବାସୀ ମନ ବଳାଇସାରିଛନ୍ତି। ବିଜେପି କ୍ଷମତାକୁ ଆସିଲେ ଭ୍ରଷ୍ଟାଚାରୀଙ୍କୁ ମାଫ୍ କରାଯିବ ନାହିଁ। ପେପର ଲିକ୍ ମାଫିଆଙ୍କୁ ପାତାଳରୁ ବି ଖୋଜି ବାହାର କରି ଦଣ୍ଡ ଦିଆଯିବ।