ଅର୍ଗସ ବ୍ୟୁରୋ : ଆସନ୍ତା ଅଗଷ୍ଟ ୧୪ ଯାଏଁ କୋରାପୁଟ ଜିଲ୍ଲାକୁ ଲକଡାଉନ୍ ଘୋଷଣା କରାଯାଇଛି। ଆଜି ଜିଲ୍ଲାରୁ ୪୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସମଗ୍ର ଜିଲ୍ଲାକୁ ଲକଡାଉନ୍ ଘୋଷଣା କରାଯାଇଛି। ଆଜି ମଧ୍ୟରାତ୍ରିରୁ ଆଗାମୀ ୧୪ ତାରିଖ ମଧ୍ୟରାତ୍ରି ଯାଏଁ କୋରାପୁଟ ଜିଲ୍ଲାରେ ଏହି କଟକଣା ଲାଗୁ କରାଯିବ। ଜିଲ୍ଲାପାଳ ମଧୁସୂଦନ ମିଶ୍ର ଏନେଇ ସୂଚନା ଦେଇଛନ୍ତି।
ତେବେ ଲକଡାଉନରେ ସକାଳ ୫ରୁ ଦିନ ୧ଟା ଯାଏଁ ଦୋକାନ ଖୋଲା ରହିବ । ପୂର୍ବଭଳି ଜରୁରୀ ସେବା ଜାରି ରହିବ । ଲକ୍ଡାଉନର ଅନ୍ୟ କିଛି କଟକଣା ବାବଦରେ ନିର୍ଦେଶାବଳୀ ଜଣାଇ ଦିଆଯିବ ବୋଲି ଏକ ଭିଡିଓ ବାର୍ତ୍ତାରେ ଜିଲାପାଳ ମଧୁସୂଦନ ମିଶ୍ର କହିଛନ୍ତି । ଏହାଛଡ଼ା ସପ୍ତାହାନ୍ତ ସଟଡାଉନ୍ ନେଇ ବି ଖୁବ୍ ଶୀଘ୍ର ସୂଚନା ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
ଅର୍ଗସ ବ୍ୟୁରୋ: ସରକାରଙ୍କ ବିରୋଧରେ ମୁହଁ ଖୋଲିବାରୁ ଜଣେ ମହିଳାଙ୍କୁ ପଡ଼ିଲା ମହଙ୍ଗା। ମିଶନ ଶକ୍ତି ଅଧୀନରେ ବ୍ୟାଙ୍କ ମିତ୍ର ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଏଭଳି ଅଭିଯୋଗ ଆଣିଛନ୍ତି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକର ଭାରତୀ ସିଂ ନାମକ ଜଣେ ମହିଳା। ସେ ବ୍ୟାଙ୍କ ମିତ୍ର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କୁ ଚଳିତ ମାସ ୧୫ ତାରିଖରେ କାର୍ଯ୍ୟରୁ ଅବହେଳା ଦର୍ଶାଇ ୩ମାସ ପାଇଁ ନିଲମ୍ବନ କରାଯାଇଛି । ଗତ ୧୧ତାରିଖରେ ଭୁବନେଶ୍ୱର ଲୋଆର ପିଏମଜି ସମ୍ମୁଖରେ ଦରମା ବୃଦ୍ଧି ସହ ଅନ୍ୟାନ୍ୟ ଦାବିନେଇ ହଜାର ହଜାର ସଂଖ୍ୟାରେ ବ୍ୟାଙ୍କ ମିତ୍ର ମାନଙ୍କ ପକ୍ଷରୁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
ତେବେ ସେହି ବିକ୍ଷୋଭ ରେ ଭାରତୀ ସିଂ ଗଣମାଧ୍ୟମରେ ଦେଇଥିବା ଏକ ପ୍ରତିକ୍ରିୟା ହିଁ ତାଙ୍କୁ ଚାକିରୀ ରୁ ନିଲମ୍ବିତ କରାଯିବାର କାରଣ ବୋଲି ସେ କହିଛନ୍ତି । ସେଠାରୁ ଫେରିବା ପରେ ଗତ ୧୫ ତାରିଖରେ ଏକ ବୈଠକ ଗକାଯାଇ ସେଠାରେ ତାଙ୍କୁ ୩ ମାସ ନିଲମ୍ବିତ କରାଯାଇଥିବା ନେଇ ନୋଟିସ ଦିଆଯାଇଥିଲା । ତେବେ ଭାରତୀ ସିଂ ଙ୍କ କହିବା ମୁତାବକ ଏହା ସଂପୂର୍ଣ୍ଣ ମିଥ୍ୟା , ଯଦି ସେ ଏତେସବୁ ଭୁଲକାମ କରୁଥିଲେ ତେବେ ତାଙ୍କୁ ଆଜି ପର୍ଯ୍ୟନ୍ତ ତାଙ୍କୁ କାହିଁକି ଥରେ ହେଲେ ଏନେଇ ଅବଗତ କରାଯାଇନାହିଁ ଏବଂ ସବୁଠାରୁ ବଡକଥା ହେଉଛି କାର୍ଯ୍ୟରେ ଏତେ ଅବହେଳା କରୁଥିବା ଜଣେ କର୍ମଚାରୀଙ୍କୁ କିପରି ତାଙ୍କର କାର୍ଯ୍ୟ ଦକ୍ଷତା ପାଇଁ ମିଶନଶକ୍ତି ପକ୍ଷରୁ ପୁରଷ୍କୃତ କରାଯାଇଛି ବୋଲି ପ୍ରଶ୍ନ ଉଠାଇଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦିଲ୍ଲୀ ବିଶ୍ୱବିଦ୍ୟାଳୟ ନର୍ଥ କ୍ୟାମ୍ପସର ଡକ୍ଟର ଜିସି ନାରଙ୍ଗ ମାର୍ଗ ଓ ଶ୍ରେୟା ମିଶ୍ର ମାର୍ଗରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ପ୍ରାଧ୍ୟାପକ, କର୍ମଚାରୀ, ସଫେଇ କର୍ମଚାରୀ ଓ ସାଧାରଣ ନାଗରିକଙ୍କ ସହ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନରେ ସାମିଲ ହୋଇ ସ୍ୱଚ୍ଛତା ପାଇଁ ୧ ଘଣ୍ଟାର ସାମୂହିକ ଶ୍ରମଦାନ କରିଛନ୍ତି ।
ଏହି ଅଭିଯାନରେ ସାମିଲ ହୋଇଥିବା ନାଗରିକଙ୍କୁ ଧନ୍ୟବାଦ ଜଣାଇବା ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଦେଶ ସ୍ୱଚ୍ଛତା ପାଇଁ ନିଜର ଶ୍ରମଦାନ ରଖୁଛି । ଆସନ୍ତାକାଲି ଦେଶକୁ ସ୍ୱାଧୀନତା ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପୂଜ୍ୟ ବାପୁଜୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ ହେବ । ଏହି ଉପଲକ୍ଷେ ଆଜି ପ୍ରଧାନମନ୍ତ୍ରୀ ଦେଶର ନାଗରିକଙ୍କୁ ନିଜ ନିଜ ଅଞ୍ଚଳରେ ସ୍ୱଚ୍ଛତା ରକ୍ଷା ପାଇଁ ଘଣ୍ଟାଏ ଶ୍ରମଦାନ କରିବା ପାଇଁ ଆହ୍ୱାନ କରିଥିଲେ। ଏହି କ୍ରମରେ ନାଗରିକମାନେ ନିଜର ଶ୍ରମଦାନ ରଖି ପୂଜ୍ୟ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି । ଏହା ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସ୍ୱଚ୍ଛ ଭାରତକୁ ଜନଆନ୍ଦୋଳନ ରୂପ ଦେବାର ଅନନ୍ୟ ପ୍ରୟାସ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦିଜୀ କେବଳ ରାଜନୈତିକ ବ୍ୟକ୍ତି ନୁହଁନ୍ତି । ଜଣେ ସମାଜ ପ୍ରେରକ, ସମାଜ ସୁଧାରକ, ଚିନ୍ତାନାୟକ ମଧ୍ୟ । ଯେତେବେଳେ ସାମାଜିକ ଶକ୍ତି ଏକାଠି ହୋଇ ସମାଜ ପାଇଁ ନିଜର ସାମୂହିକ ଶକ୍ତି ଦେଖାଇବ ନାହିଁ ତେବେ ସମାଜର ବିକାଶ ହୋଇପାରିବ ନାହିଁ । ଆଗାମୀ ଦିନରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ସମେତ ସମସ୍ତ ଶିକ୍ଷାନୁଷ୍ଠାନ କ୍ୟାମ୍ପସକୁ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଭାଗିଦାରୀରେ ସ୍ୱଚ୍ଛ ରଖିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି।
ଅଧିକ ପଢ଼ନ୍ତୁ ରାଜନୀତି ଖବର
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ବଡ଼ଘାଟି ନିକଟସ୍ଥ ହରିଡାମୂଳ ଛକରେ ଏକ ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା ଟ୍ରକ, ୭ ଛାତ୍ରଛାତ୍ରୀ ସମେତ ଅଟୋ ଡ୍ରାଇଭର ଆହତ ।
ଟ୍ରକଟି ଅଟୋକୁ ଧକ୍କା ଦେବା ପରେ ରାସ୍ତାରେ ହିଁ ଅଟୋଟି ଓଲଟି ପଡିଥିଲା। କେଶପୁରରୁ ଖଲ୍ଲିକୋଟର ଏକ କୋଚିଂ ସେଣ୍ଟରକୁ ଅଟୋରେ ୬ଜଣ ଛାତ୍ରୀ ଓ ଜଣେ ଛାତ୍ର ଯାଉଥିଲେ। ଆହତ ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟ ବାସିନ୍ଦା ଉଦ୍ଧାର କରି ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରଙ୍କ ଅବସ୍ଥା ଗୁରୁତର ରହିଛି। ଅଟୋ ଡ୍ରାଇଭର ଓ ଟ୍ରକ ଡ୍ରାଇଭରଙ୍କୁ ଅଟକ ରଖି ଖଲ୍ଲିକୋଟ ଥାନା ପୋଲିସର ପଚରାଉଚରା ଜାରି ରହିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର