ଏନେଇ ହରିନାଥ ରନ୍ଧାରୀ କହିଛନ୍ତି ଯେ, "ସକାଳ 6ଟାରୁ ଘରୁ ବାହାରି ଯାଉଛି କାମରେ। ଦିନକୁ ପ୍ରାୟ 150 ଟଙ୍କା ହେଉଛି। ବର୍ଷା ବେଳେ ଅସୁବିଧା ହେଉଛି। ପୂର୍ବରୁ କୁଲି ବୃତ୍ତି କରୁଥିଲି। ବେମାର ହେବାରୁ ଆଉ କୁଲି ବୃତ୍ତି କରି ପାରୁନି।"
ରାତି ପାହିଲେ ତିନି ଚକିଆ ସାଇକେଲ ନେଇ ବାହାରି ପଡନ୍ତି ହରିନାଥ । ଦୈନିକ 20ରୁ 30 କିମି ଗାଁ ଗାଁ ବୁଲି ବିଭିନ୍ନ ହୋଟେଲ ବୁଲି ଟିଣ ଡବା ସଂଗ୍ରହ କରିଥାନ୍ତି । ପ୍ରତି ଡବାକୁ 10 ଟଙ୍କା ମୂଲ୍ୟ ଦେଇ କିଣି ବ୍ୟବସାୟୀଙ୍କୁ 15 ଟଙ୍କାରେ ବିକ୍ରି କରିଥାନ୍ତି । ସେଥିରୁ ଯାହା ମିଳେ ସେଥିରେ ଚାଲେ ତାଙ୍କ ଜୀବନ ଜୀବିକା । ସରକାରୀ ସ୍ତରରେ ବିପିଏଲ ରାସନ କାର୍ଡ ଯୋଗେ ମିଳୁଛି 5 କେଜି ଚାଉଳ ଏବଂ ବାର୍ଦ୍ଧକ୍ୟ ଭତ୍ତା ଯାହାକି ଯଥେଷ୍ଟ ନୁହେଁ । ଯଦି ସରକାର କିଛି ପ୍ରୋତ୍ସାହନ ରାଶି ଯୋଗାଇ ଦିଅନ୍ତେ ତେବେ ବୃଦ୍ଧ ଜଣଙ୍କ କିଛି ବ୍ୟବସାୟ କରିପାରନ୍ତେ। ତେବେ ଏ ନେଇ ଆମ ଅର୍ଗସ ଟିମ୍ ପଞ୍ଚାୟତ POଙ୍କୁ ସମ୍ପର୍କ କରିଥିଲେ, ସରକାରୀ ସ୍ତରରେ କଣ ସୁବିଧା ହୋଇପାରିବ ନିଜେ ତଦାରଖ କରି ଯୋଗାଇ ଦେବାପାଇଁ ସେ ପ୍ରତିଶୃତି ଦେଇଛନ୍ତି ।
କୌଣସି କାମ ଛୋଟ କି ବଡ ନୁହେଁ। ପରିଶ୍ରମ କରି ନିଜ ପେଟ ପୋଷିବା ସମ୍ମାନରେ ସମାଜରେ ବଞ୍ଚିବା । ରୋଜଗାର ନପାଇ ଅନେକ ଯୁବକ ବେକାର ହୋଇ ବୁଲୁଥିବାବେଳେ ପରିଣତ ବୟସରେ ହରିନାଥଙ୍କ ଏଭଳି କାମ ଯୁବପୀଢ଼ିଙ୍କୁ ପ୍ରେରଣା ଯୋଗାଇବ।