ଆଜି ସକାଳେ ଦ୍ରୁତ ଗତିରେ ଆସୁଥିବା ଏକ ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ୍ ହେବାରୁ ଷ୍ଟେସନ ଭିତରକୁ ପଶି ଯାଇଥିଲା । ଫଳରେ ଟ୍ରେନ୍ ବଗି ତଳେ ଚାପି ହୋଇ 3 ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ 3 ଜଣ ଗୁରୁତର ହୋଇଛନ୍ତି । ସେପଟେ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି ।
ମୃତକଙ୍କୁ 5 ଲକ୍ଷ ଓ ସାମାନ୍ୟ ଆହତଙ୍କୁ 25 ହଜାର ସହାୟତା ରାଶି ଘୋଷଣା
Download Argus News App
