ପୂର୍ବରୁ ବିଧାନସଭାରେ ଦେଓମାଳି ସମ୍ପନ୍ଧିତ କୌଣସି ତଥ୍ୟ ନଥିବା ମନ୍ତବ୍ୟ ଦେଥିଲେ ବିଭାଗୀୟ ମନ୍ତ୍ରୀ। ମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ବିବାଦ ବଢ଼ିବାରେ ଲାଗିଥିଳା। ପ୍ରଥମେ ଦେଓମାଳି ଏବଂ କୋଟିଆ ଗସ୍ତ କରିବେ ବିଭିନ୍ନ ସଂଗଠନ। ଏହାପରେ କୋଟିଆରେ ଏକ ସମାବେଶର ଆୟୋଜନ କରାଯିବ । ସମାବେଶରେ କୋଟିଆ ଗାଁର ଲୋକମାନଙ୍କ ସହିତ ବିସ୍ତୃତ ଆଲୋଚନା କରାଯିବ। ଏହାପରେ ନେରେଡି ବାଲସା ହୋଇ ପଟାଙ୍ଗି ଦେଇ ଫେରିବେ ।
ତେବେ ପଟାଙ୍ଗିରେ ବିଭିନ୍ନ ଦାବି ସମ୍ବଳିତ ପତ୍ର ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବିଡିଓ ଓ ତହସିଲଦାରଙ୍କୁ ପ୍ରଦାନ କରାଯିବ । ଏଥିସହ କୋରାପୁଟ ଜିଲ୍ଲା ପ୍ରଶାସନକୁ ମଧ୍ୟ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ଦାବି ପତ୍ର ଦିଆଯିବ । ଦାବି ଭିତରେ ମୁଖ୍ୟତଃ ଓଡିଶାର ସ୍ବାର୍ଥ ସୁରକ୍ଷା, ଓଡିଶାର ସୀମା ସୁରକ୍ଷା, କୋଟିଆ ଓ ଦେଓମାଳି ସମସ୍ୟାର ସ୍ଥାୟୀ ସମାଧାନ ରହିଛି ।