ମୂଳ ମାମଲାର ଶୁଣାଣି ପାଇଁ କୋର୍ଟ ରାଜି ହୋଇଥିବାରୁ ମାମଲାକୁ ରଦ୍ଧ କରିବାକୁ ଦାବି କରିଥିଲା ଓଡିଶା। ପୂର୍ବ ଶୁଣାଣିରେ ଓଡିଶା, କୋଟିଆରେ ପଞ୍ଚାୟତ ନିର୍ବାଚନ କରିଥିବା କୋର୍ଟଙ୍କୁ ସୂଚନା ଦେଇଥିଲା। ପୂର୍ବରୁ ସେଠାରେ ଆନ୍ଧ୍ରର ପ୍ରତିନିଧି ଥିବା ରିଟ ପିଟିଶନରେ ଦାବି କରିଥିଲା ଆନ୍ଧ୍ର।
ନିକଟରେ ଓଡ଼ିଶାର ଲୋକ ପ୍ରତିନିଧି ଏବଂ ନିର୍ବାଚନକୁ ବାତିଲ କରି କୋଟିଆକୁ ଆନ୍ଧ୍ରର ବୋଲି ନିର୍ଦେଶ ଦେବାକୁ ଶୁଣାଣିରେ ଅପିଲ କରିଥିଲା ଆନ୍ଧ୍ର। ତେବେ କୋର୍ଟ ରିଟ୍ ପିଟିଶନକୁ ଖାରଜ କରିଥିବା ଓଡିଶା ପକ୍ଷରୁ ପକ୍ଷ ରଖିଥିବା ଆଇନଜୀବୀ ଶିବ ଶଙ୍କର ମିଶ୍ର ସୂଚନା ଦେଇଛନ୍ତି।।