ଆଧୁନିକତାର ଛାପରେ ସଜେଇ ହେବ ଓଲିଉଡର ଏନ୍ତୁଡିଶାଳ
ଭୁବନେଶ୍ଵର: କୋଟିଆକୁ ନେଇ ଓଡିଶା ଓ ପଡୋଶୀ ଆନ୍ଧ୍ରପ୍ରଦେଶ ମଧ୍ୟରେ କିଛି ଦିନ ହେବ ଟଣା ଓଟରା ଲାଗିଛି। ବିବାଦ ଥମିବାକୁ ନାମ ଧରୁନାହିଁ। ଦୀର୍ଘ ଦିନ ପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଛି। କୋଟିଆର 3 ଗାଁରେ ଆନ୍ଧ୍ରର ନିର୍ବାଚନକୁ ନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିବେ । ରିଟ୍ ପିଟିସନ କରିବାକୁ ସରକାର ପ୍ରସ୍ତୁତି କରିଛନ୍ତି। ପିଟିସନ ଦାଖଲ କରିବାକୁ ରାଜ୍ୟ ଆଇନ ବିଭାଗ ଚିଠି କରିଛନ୍ତି। ଆଇନ ବିଭାଗ ଉପସଚିବ AORଙ୍କୁ ଚିଠି କରିଛନ୍ତି।
ସେହିପରି ବିଜେପିର ଏକ ଟିମ କୋଟିଆ ଅଭିମୁଖେ ଗସ୍ତ କରିଛନ୍ତି। ରାଜ୍ୟ ସଭାପତି ସମୀର ମହାନ୍ତି ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସମେତ ବିଜେପିର ବରିଷ୍ଠ ନେତୃବୃନ୍ଦ କୋଟିଆ ଅଭିମୁଖେ ଗସ୍ତ କରିଛନ୍ତି।