ଅଧିକ ପଢନ୍ତୁ ଓଡ଼ିଶା ଖବର
ପ୍ରାଥମିକ ପର୍ଯ୍ୟାୟରେ କୌଶଳ ରଥ ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ଦେବଗଡ, ଝାରସୁଗୁଡ଼ା ଆଦି ଜିଲ୍ଲାକୁ ଯିବ । ସେ ଅଞ୍ଚଳରେ ଥିବା କୁଶଳୀ ମାନଙ୍କୁ ଉଦ୍ୟୋଗ, ଡିଜିଟାଲ ସାକ୍ଷରତା, ନିରାପତ୍ତା ଏବଂ ବ୍ୟାବହାରିକତାର ପ୍ରଶିକ୍ଷଣ ଦେବା ସହ ପ୍ରମାଣ ପତ୍ର ପ୍ରଦାନ କରାଯିବ । କୌଶଳ ରଥ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇ ଅତିଥିମାନେ କହିଛନ୍ତି, ଦେଶର ଯୁବପିଢ଼ିଙ୍କୁ ଦକ୍ଷ ଓ ପାରଙ୍ଗମ କରିବାକୁ ସବୁବେଳେ ଗୁରୁତ୍ୱ ଦେଇ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ମୋଦିଙ୍କ ଆତ୍ମନିର୍ଭର ଭାରତ ସ୍ବପ୍ନକୁ ସାକାର କରିବାକୁ ଏହି ମହତ ଅଭିଯାନ ଚଳାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ମନ୍ତ୍ରଣାଳୟ । ଏହା ଦ୍ବାରା ଯୁବଗୋଷ୍ଠୀ ଆଉ କେବଳ ଚାକିରିକୁ ଅପେକ୍ଷା କରି ରହିବେ ନାହିଁ । ନିଜେ ତାଲିମ ନେଇ ଆତ୍ମନିର୍ଭରଶୀଳ ହେବାସହ ନିଜର ଆତ୍ମବିଶ୍ୱାସ ବଢାଇବେ । ତାଲିମ ନେଇ ନିଜ ଦକ୍ଷତା ବଢାଇବା ସହ ନୂଆ ଭାରତ ନିର୍ମାଣର ପୁରୋଧା ସାଜିବେ ।
କୌଶଳ ରଥ ଶୁଭାରମ୍ଭ କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି, ଏଏସଡିସିର ସିନିୟର ଆଡଭାଇଜର ସତ୍ୟନାରାୟଣ ମହାରଣା, ଅନୁଗୁଳ ଜିଲ୍ଲା କ୍ରିକେଟ ଆସୋସିଏସନର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ଏନଏସଡିସିର ଏକଜକ୍ୟୁଟିଭ ଭାଇସ ପ୍ରେସିଡେଣ୍ଟ ସଞ୍ଜିବ ସିଂ, ନାଲକୋ ( ଅନୁଗୁଳ) ଇଡି ଅମୀୟ କୁମାର ସ୍ୱାଇଁ, ଏମସିଏଲ ( ଲିଙ୍ଗରାଜ ଏରିଆ) ଜେନେରାଲ ମ୍ୟାନେଜର ସୁବ୍ରତ ବିଶ୍ୱାଳ, ଏନଏସଡିସିର ସିଇଓ ବେଦମଣୀ ତିୱାରୀ ପ୍ରମୁଖ ଯୋଗ ଦେଇଥିଲେ ।