ଏହି ତିନି ଜଣ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଗୁଳି କରିଥିଲେ । ଏହାପରେ ଫେରାର ହୋଇଯାଥିଲେ । କୋରାପୁଟରେ ଲୁଚିରହିଥିାବେଳେ ଗତକାଲି ମୋବାଇଲ ଟ୍ରେସିଂ ପରେ ତିନି ଅଭିଯୁକ୍ତ ଧରାପଡିଥିବା ନେଇ ସୂଚନା ମିଳିଛି । ଏହି ତିନିଜଣ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି ।
କୃଷ୍ଣ ପ୍ରତିହାରୀ ହତ୍ୟା ମାମଲା, ଧରାପଡ଼ିଲେ ଗୁଳି କରିଥିବା ଅଭିଯୁକ୍ତ

ପୁରୀ: ବହୁ ଚର୍ଚ୍ଚିତ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସମ୍ପାଦକ କାଳିଆ ପଢ଼ିଆରୀ ହତ୍ୟା ମାମଲା । ଧରାପଡ଼ିଲେ ଗୁଳି କରିଥିବା ଅଭିଯୁକ୍ତ । ଟୁଟୁ ମହାପାତ୍ର, କୁନମୁନି ସୁଆର ଓ ହରି ପଣ୍ଡା ସମେତ ଅନ୍ୟ ଜଣେ ସହଯୋଗୀକୁ ପୋଲିସ ଅଟକ ରଖିଥିବା ସୂଚନା ରହିଛି । ଗତକାଲି କାଳିଆ ସିଂହାରୀ ଓ ତାଙ୍କ ପୁଅ ଦୋଳଗୋବିନ୍ଦ ସିଂହାରୀ, କାଳୁ ପାଣିଗ୍ରାହୀ, ବାବା ମହାପାତ୍ର, ମୁନା ପାତ୍ର ଓ ସନ୍ଦୀପ ଜେନାଙ୍କୁ ପୋଲିସ ଗିରଫ କରିଥିଲା । ମାମଲାରେ ଗତକାଲି 6 ଜଣଙ୍କୁ ମିଶାଇ ଗିରଫ ସଂଖ୍ୟା 10 ହୋଇପାରେ ବୋଲି ଆଶା କରାଯାଉଛି ।
Download Argus News App
