କ୍ରାଇମସ୍ପଟରେ ଉପସ୍ଥିତ ଥିବା ୪ ଜଣଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିବ ପୋଲିସ। ହତ୍ୟା ପରେ ଏହି ଅଭିଯୁକ୍ତମାନେ ବାଇକ୍ ଯୋଗେ ପ୍ରଥମେ ସାତପଡ଼ା ଜଙ୍ଗଲ, ପରେ ଚିଲିକାରେ ଦୁଇ ଦିନ ବୋଟରେ ଓ ପରେ ରାଜ୍ୟ ଛାଡି ଚାଲିଯିବାକୁ କୋରାପୁଟ ଯାଇଥିଲେ। ତେବେ ଏଯାଏଁ ପିସ୍ତଲ ଓ ହତ୍ୟାକାଣ୍ଡରେ ବ୍ୟବହୃତ ବାଇକ୍ ଜବତ ହୋଇନାହିଁ।
ଗୁନ ସିଂହାରୀ ହତ୍ୟାର ପ୍ରତିଶୋଧ ପାଇଁ ହୋଇଥିଲା କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ହତ୍ୟା। ୨୦୧୨ ଅଗଷ୍ଟ ୨୨ରେ ହୋଇଥିବା ଗୁନ ସିଂହାରୀଙ୍କ ହତ୍ୟାକାଣ୍ଡର ୬ ଅଭିଯୁକ୍ତ ଗତ ଜାନୁଆରି ୧୯ ତାରିଖରେ ନିର୍ଦୋଷରେ ଖଲାସ ପରେ ପ୍ରତିଶୋଧ ପାଇଁ ଗୁନ ସିଂହାରୀଙ୍କ ଭାଇ କାଳିଆ ସିଂହାରୀ ଓ ତାଙ୍କ ପୁଅ ଦୋଳଗୋବିନ୍ଦ ରଚିଥିଲେ ଷଡ଼ଯନ୍ତ୍ର। ଏଥିପାଇଁ ହୋଇଥିଲା ୩୦ ଲକ୍ଷ ଟଙ୍କାର ଡିଲ୍। ୪- ୪ ଥର ବୈଠକ ହେବା ସହ ଥରେ କାଳିଆଙ୍କୁ ହତ୍ୟା ଉଦ୍ୟମ କରି ବିଫଳ ହୋଇଥିଲେ।
ତେବେ ଗତ ୧୬ ତାରିଖରେ ବାରବାଟୀ ଜାଗା ପରିସରରେ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଜିରୋ ରେଞ୍ଜରୁ ଗୁଳି କରି ହତ୍ୟା କରାଯାଇଥିଲ। କାଳିଆ ପଢିଆରୀଙ୍କ ମୁଣ୍ଡ ନେବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା କାଳୁ ପାଣିଗ୍ରାହୀ। ଯିଏ କି ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କୁ ଗୁଳି କରି ଗିରଫ ହୋଇଥିଲା।
ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ମିଳିବା ପରେ ଗୁଳି ଓ ଖୋକା ସିଲ୍ କରାଯାଇ ଏସଡିଜେଏମଙ୍କ ମାଧ୍ୟମରେ ଷ୍ଟେଟ୍ ଫୋରେନସିକ୍ ଲାବକୁ ପଠାଯିବ। ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ଓ ପ୍ରମାଣ ହାସଲ କରିବ ପୋଲିସ । ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯାଇ କ୍ରାଇମ ସିନ ରିକ୍ରିଏସନ୍ କରାଯିବ ବୋଲି କହିଛନ୍ତି ଏସପି।