2021 ଚାଷୀ କୁବୋଟାରୁ ଧାନକଟା ମେସିନ କିଣିଥିଲେ । 2 ବର୍ଷ ହୋଇଗଲା 3 ଲକ୍ଷ ଟଙ୍କା ଲେଖାଁଏ ସବସିଡି ପାଇଲେନି । କଟକ କୁବୋଟା ଅଫି୍ସ ଦୌଡି ଦୌଡି ନୟାନ୍ତ ହେଲେଣି ଚାଷୀ। ବ୍ଲାଙ୍କ ଚେକରେ ଦସ୍ତଖତ କରାଇ 2 ଲକ୍ଷ ଚାଷୀଙ୍କର ଲକ୍ଷେ ତାଙ୍କର ବୋଲି ବି ପାଲାନିସାମି କହିଥିବା ଅଭିଯୋଗ ହୋଇଛି ।
ତେବେ ତାମିଲନାଡୁର ପାଲାନିସାମୀଙ୍କୁ ସୁରକ୍ଷା ଦେଉଛନ୍ତି କି ସରକାର ? ଚାଷୀଙ୍କ ସବସିଡି ଲୁଟ୍ ସଂପର୍କରେ ଜାଣିଛନ୍ତି ତ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ? କାହିଁକି ଚୁପ୍ ପିପିଲି ବିଧାୟକ ରୁଦ୍ର ମହାରଥୀ ? ନିମାପଡା ବିଧାୟକ ସମୀର ଦାଶ ଓ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ ? କାହା ବଳରେ ବଳୀୟାନ୍ କୁବୋଟା ଡିଲର, କିଏ ସେ କ୍ଷମତାଶାଳୀ ?
ଆଶ୍ଚର୍ଯ୍ୟର କଥା କୋଟି କୋଟି ଟଙ୍କାର ଚାଷୀଙ୍କ ସବସିଡି ଲୁଟ ନେଇ ପୁରୀ ଜିଲ୍ଲା କୃଷି ଅଧିକାରୀଙ୍କ ପାଖରେ ଖବର ନାହିଁ ।
ବାଲେଶ୍ବର, ମୟୁରଭଞ୍ଜ ଓ ଭଦ୍ରକ ଚାଷୀଙ୍କ ସବସିଡି ଟଙ୍କା ଲୁଟର ଅଭିଯୋଗ ଆସିଛି ରେମୁଣା ବିଜେଡି ବିଧାୟକ ସୁଧାଂଶୁ ପରିଡାଙ୍କ ନାଁରେ । ପାଖାପାଖି 18 କୋଟିର ଘୋଟାଲା। ବିଜେଡି ବିଧାୟକ ଦୁର୍ନିତୀରେ ଲିପ୍ତ ବୋଲି ଭିଜିଲାନସ ରିପୋର୍ଟ ଦେଇଛି। ଆଉ ଏପଟେ ପୁରୀରେ କୁବୋଟା ଡିଲର ପାଲାନିସାମୀ। କେବେ ହେବ ଏମାନଙ୍କ ବିରୋଧରେ ଆକସନ୍ ?
ଆହୁରି ପଢନ୍ତୁ ଓଡିଶା ଖବର...