କୁଆଁର ପୁନେଇଁ ଜହ୍ନ ଗୋ ଫୁଲ ବଉଳ ବେଣୀ… କୁଆଁରୀ ମନର କୁଆଁରୀ ସପନ ... ଏ ଗୀତ ଚାରିଆଡ କମ୍ପି ଉଠୁଥିଲା ଗତ କିଛି ଦିନ ତଳେ। କିନ୍ତୁ ଏଠି ତ ଏଗୀତ ଶୁଭୁନି। ୟେ କଣ କିଛି ଅଲଗା ଗୀତ ଶୁଣିବାକୁ ମିଳୁଛି। ଆଜ୍ଞା ହଁ, ଏ ଭିଡିଓଟି ଏବେ ସୋସିଆଲ ମିଡିଆରେ ଘୂରିବୁଲୁଛି। ଏ ଭିଡିଓଟି କେଉଁଠିକାର ତାହା ତ ଜଣାନାହିଁ ସତ। କିନ୍ତୁ ଯାହା ଏ ଆଖି ଦେଖିଛି ଆଉ କାନ ଶୁଣୁଛି ତାହା ବିଶ୍ୱାସ କରିହେଉନାହିଁ।
ଚଉରାମୂଳରେ କିଛି ଯୁବତୀମାନେ ପୂଜା କରୁଛନ୍ତି। ସମସ୍ତେ ସଜବାଜ ହୋଇ ଚଉରା ମୂଳରେ ପୂଜା କରିବାକୁ ଆସିଯାଇଛନ୍ତି। ଜହ୍ନ ବି ଆସିଯାଇଛି। ମଝିରେ ଚଉରା, ଚାପଟେ ସବୁ ଯୁବତୀମାନେ ନାଚ କରି କରି ଗୀତ ଗାଇ ଗାଇ ବାହାରିଲେ ପୂଜା କରିବାକୁ। ଯେଉଁ ଗୀତ ଶୁଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ କି ଏହା କେଉଁ ପୂଜା।
ସୋସିଆଲ ମିଡିଆରେ, ରିଲ ବନାଇବା ଏକ ମନୋରଞ୍ଜନର ମାଧ୍ୟମ ହୋଇଥିବାବେଳେ ଏହାକୁ ଏବେ ଲୋକେ ମଜାକ ବନାଇସାରିଲେଣି। ନିଜର ଅଧିକ ଭ୍ୟୁ ବଢ଼ାଇବା ପାଇଁ ଯୁବକ ହୁଅନ୍ତୁ ଅବା ଯୁବତୀ ନିଜର ସବୁ ସୀମା ଭୁଲିଗଲେଣି। ଏ ଭିଡିଓ ଭାଇରାଲ ହେବାପରେ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ନିଜର ଭିନ୍ନ ଭିନ୍ନ ମତ ରଖିଛନ୍ତି। କେହି କେହି କହିଛନ୍ତି ଆଧୁନିକତାର ଦ୍ୱାହି ଦେଇ ସଂସ୍କୃତି ଉପରେ ଛିଟା ପକାନ୍ତୁ ନାହିଁ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।