ଏଠି ଚକ୍ରବ୍ୟୁହ୍ ରଚାଯାଇଛି। ଗୋଟେ ଅଭିମନ୍ୟୁକୁ ମାତ୍ ଦେବାକୁ। କୁଚକ୍ରି ଗୋଷ୍ଠୀ ଛକିଛନ୍ତି। କପଟରେ ଛନ୍ଦି ଦେବେ ବୋଲି। ହେଲେ ମୁଁ ମୋ ମାଟି ପାଇଁ ଭୋଟ ମାଗୁଛି। ମୋ ମା’, ମୋ ମାଉସୀମାନଙ୍କୁ ଆଶିର୍ବାଦ ମାଗୁଛି। ଏ ନିର୍ବାଚନ ମୋ ପାଇଁ ସାଧାରଣ ଭୋଟ୍ ନୁହେଁ। ପଶ୍ଚିମ ଓଡ଼ିଶାର ଅସ୍ମିତା, ପଦ୍ମପୁର ମାଟିର ଗାରିମା ରକ୍ଷା କରିବା ମୋର ପ୍ରାଥମିକତା।
ବିଜେପିରୁ ପଦ୍ମପୁର ଗଡ଼ ହାତେଇବାକୁ ହାତ ଟେକିଛନ୍ତି ପ୍ରଦୀପ ପୁରୋହିତ ଓରଫ୍ କୁନା ଦା’। ଗରିବ ଖଟିଖିଆ ମଣିଷ ପାଇଁ ସେ ସବୁବେଳେ ସମର୍ପିତ। ଖାସ ସେଇଥିପାଇଁ ଏଠି ଭୋଟ ଭୀକ୍ଷା ହେଉଛି ସତ। ହେଲେ କହିପାରନ୍ତି, ବିଜୟ ଭିକ୍ଷାର ଅଭିଯାନ ଚାଲିଛି। ସାମିଲ ହୋଇଛନ୍ତି ବିଜେପିର ତୁଙ୍ଗ ନେତା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାରରେ ସାମିଲ ହେବା ପରେ ଉତ୍ସାହିତ ହୋଇ ପଡିଛନ୍ତି ପଦ୍ମପୁରବାସୀ।
ପଦ୍ମପୁର ନିର୍ବାଚନ ପ୍ରଚାରରେ ଲାଗିଛି ପୂରା ବିଜେପି ଟିମ। ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ଭେଟରାନ୍ ନେତା ପ୍ରଦୀପ ପୁରୋହିତ, କୁନା ଦା’। ମୁହଁରେ ଗୋଟିଏ କଥା, ବିକାଶ ଚାହୁଁଥିଲେ ଥରୁଟିଏ ସୁଯୋଗ ଦିଅନ୍ତୁ। ମା’ ମାଟିର ସେବା କରିବାକୁ ଅବସରଟେ ଦିଅନ୍ତୁ।
ବିଜେପିର ଏ ଭୋଟ ଭିକ୍ଷା ଅଭିଯାନରେ ଖୋଲିଛି ବିଜେଡିର ଗୁମର। ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଟାର୍ଗେଟ କରିଛନ୍ତି ପ୍ରଦୀପ। ଦିନେ କଂଗ୍ରେସ ପାଇଁ ଗୁଣ୍ଡାଗିରୀ କରୁଥିବା ନବ, ଆଜି ବିଜେଡିର ଷ୍ଟାର କ୍ୟାମ୍ପେନର। ମାନେ କଥାଟା ପୂରା ଝଟକା ଦେଲା ଭଳି। ଏଣୁ ପଦ୍ମପୁରବାସୀ ବିଜେଡିର ଅସଲ ଚେହେରା ପରଖିସାରିଛନ୍ତି। ଏବେ ଅପେକ୍ଷା ଡିସେମ୍ବର ୮କୁ। ଜଣାପଡିବ ହାତୀ କାହା ମୁଣ୍ଡରେ ସୁନା କଳଶ ଢାଳିବ।