ପୁରୀ ସହରର କୁମ୍ଭାରପଡା,ଜେନାପୁର,ଟିକରପଡା,ନୂଆସାହିରେ କୁମ୍ଭକାରମାନେ ଭକ୍ତି ଓ ନିଷ୍ଠାର ସହ ରୁଦ୍ରପାଳ ଓ ରତ୍ନେଶ୍ୱରୀଙ୍କ ପୂଜାର୍ଚ୍ଚନା କରିଛନ୍ତି ।କୁରାଳ ପୁରାଣରେ ବର୍ଣ୍ଣନା ଅନୁଯାୟୀ ସୃଷ୍ଟି ଆରମ୍ଭ ସମୟରେ ମାନବଗଣଙ୍କ ପାକ ପ୍ରସ୍ତୁତି ନିମନ୍ତେ ଭଗବାନ ବିଷ୍ଣୁ କୁମ୍ଭକାରଙ୍କୁ ସୃଷ୍ଟି କରିଥିଲେ।ସମସ୍ତ ହିନ୍ଦୁ ପୂଜାପାର୍ବଣରେ ମାଟିକଳସ ଅଗ୍ରପୂଜ୍ୟ ହୋଇଥିବାବେଳେ ବିଶ୍ୱପ୍ରସିଦ୍ଧ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ କେବଳ ମାଟିହାଣ୍ଡିରେ ପ୍ରସ୍ତୁତ କୁଡୁଆରେ ମହାପ୍ରସାଦ ରନ୍ଧା ଯାଇଥାଏ।
ସେମାନେ କୁମ୍ଭାର । ମାଟିର ମଣିଷ ସେମାନେ ।ମାଟିକୁ ଦିଅନ୍ତି ରୂପ ।ହିନ୍ଦୁ ସମାଜରେ ସମସ୍ତ ପୂଜା ପାର୍ବଣରେ ମାଟି ବା ମୃତ୍ତିକାରେ ନିର୍ମିତ କଳସ ଅଗ୍ରପୂଜା ହୋଇଥାଏ । ବିଶ୍ୱପ୍ରସିଦ୍ଧ ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କ ପାଇଁ ଏହି ମାଟିପାତ୍ରରେ ଅନ୍ନ ମହାପ୍ରସାଦ ପ୍ରସ୍ତୁତ କରା ଯାଇଥାଏ ।ତେଣୁ କୁମ୍ଭକାର ମାନଙ୍କ ବଡ଼ ଗୁରୁତ୍ୱ ସମାଜ ପାଇଁ ରହିଥାଏ ।ଏହି କୁମ୍ଭାର ସମାଜରେ ମାର୍ଗଶିର ମାସ ଶୁକ୍ଳପକ୍ଷ ପଂଚମୀକୁ କୁହାଯାଏ କୁରାଳ ପଂଚମୀ । ଶ୍ରୀକ୍ଷେତ୍ର ସମେତ ସମଗ୍ର ଓଡିଶାର କୁମ୍ଭକରା ମାନଙ୍କ ପ୍ରସିଦ୍ଧ ପର୍ବ ହେଉଛି କୁରାଳ ପଂଚମୀ ପର୍ବ । ଦୀର୍ଘ ପାଂଚଦିନ ବ୍ୟାପୀ ପାରଂପରିକ ରୀତି ଅନୁସାରେ, ଏହି ପର୍ବ ପାଳନ କରାଯାଏ । ଶ୍ରୀକ୍ଷେତ୍ର ପୁରୀର କୁମ୍ଭାରପଡା, ଜେନାପୁର, ଟିକରପଡା, ନୂଆ ସାହି ସମେତ ବିଭିନ୍ନ କୁମ୍ଭକାର ବସ୍ତିରେ ମହାଆଡମ୍ବର ସହକାରେ ଏହିପର୍ବ ଆଜି ପାଳିତ ହୋଇଥାଏ । ୫ ଦିନ ଧରି କଞ୍ଚାହାଣ୍ଡି କି ଗଢା ମାଟିକୁ ସ୍ପର୍ଶ କରିବେନି କୁମ୍ଭାର ପରିବାର। ଏହି ସମୟରେ ଶ୍ରୀମନ୍ଦିରକୁ ବନ୍ଦ ରହିବ ମହାପ୍ରସାଦ ପ୍ରସ୍ତୁତ ପାଇଁ ଆବଶ୍ୟକ ହେଉଥିବା ମାଟି କୁଡୁଆ ଯୋଗାଣ।
ଭକ୍ତକବି ଦୀନକୃଷ୍ଣ ଦାସଙ୍କ ରଚିତ ‘କୁରାଳ ପୁରାଣ’ରେ ରୁଦ୍ରପାଳଙ୍କ ଓ ରତ୍ନେଶ୍ୱରୀଙ୍କ ସଂପର୍କରେ ଉଲ୍ଲେଖ ରହିଛି। ସୃଷ୍ଟି ଆରମ୍ଭ ହେବାପରେ ମାନବ ମାନଙ୍କ ଦ୍ୱାରା ଖାଦ୍ୟ ପ୍ରସ୍ତୁତି ପାଇଁ ଭଗବାନ ବିଷ୍ଣୁ କୁମ୍ଭକାର ମାନଙ୍କୁ ସୃଷ୍ଟି କରିଥିଲେ ବୋଲି ପ୍ରବାଦ ରହିଛି।