ତେବେ ପ୍ରଶ୍ନ ଶ୍ରମିକଙ୍କ ପାଇଁ ମାଳ ଯୋଜନା ଓ ଏମଜିଏନଆରଜିଏରେ ଶ୍ରମ ଦିବସ ବଢାଇବା ପରେ ବି କାହିଁକି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛି ଶ୍ରମିକ । ଅଭିଯୋଗ ହେଉଛି, ମନେରେଗାରେ କାମ ପାଉନି ଶ୍ରମିକ । 200 ଦିନ କାମ ଦେବାର ଘୋଷଣା କେବଳ କାଗଜ କଲମରେ । ଶ୍ରମିକଙ୍କ ପାଇଁ କାମ ନାହିଁ କି ବେକାରୀଙ୍କ ପାଇଁ ନିଯୁକ୍ତି ନାହିଁ । ଏପଟେ ଠିକାଦାର - ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ମନେରେଗା କାମରେ ମେସିନକୁ ଲଗାଇ ହଡପ ହେଉଛି ମନେରେଗାରେ ଆସୁଥିବା କୋଟି କୋଟି ଟଙ୍କା ।
ଦାଦନ ରୋକିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ କରୁଛି ମିଶନ ଉଦ୍ଦାର କ୍ୟାମ୍ପ । ହେଲେ ରାଜ୍ଦାୟ ବାହାରୁକୁ ଯିବାକୁ ଦାଦନ ସର୍ଦ୍ଦାର ଷ୍ଟେସନରେ କାଟୁଛି ହଜାର ହଜାର ଟିକେଟ । ତୁରେଇକୁଲା 18 ହଜାର, ମୁରିବାହାଲରୁ 16 ହଜାର , ବଙ୍ଗମୁଣ୍ଡାରୁ 15 ହଜାର ଦାଦନ ଶ୍ରମିକଙ୍କୁ ଚାଲାଣ ପାଇଁ ଟିକେଟ କଟାସରିଥିବା ସୁଚନା ମିଳିଛି । କରୋନା ସମୟରେ ରାଜ୍ୟକୁ ଫେରିଥିଲେ 10 ଲକ୍ଷ ଶ୍ରମିକ । ଦାଦନ ପ୍ରବଣ ଅଞ୍ଚଳରେ ଏମାନଙ୍କୁ 200 ଦିନର କାମ ଦିଆଯିବ ବୋଲି କୁହାଯାଇଥିଲା ।
2020-21ରେ 12 ହଜାର 5 ଶହ, ସେହିପରି 2021-22ରେ 13ହଜାର 205 ପରିବାର 200 ଦିନର କାମ ପାଇଛନ୍ତି । ଦାଦନ ପ୍ରବଣ 4 ଜିଲ୍ଲାରେ 2020ରେ 2 କୋଟି 19 ଶ୍ରମଦିବସ ଓ 2021ରେ 1 କୋଟି 99 ଲକ୍ଷ ଶ୍ରମ ଦିବସ ସୃଷ୍ଟି ହୋଇଛି । ତେବେ ପ୍ରଶ୍ନ, ଯଦି ଏତେ ଶ୍ରମଦିବସ ସୃଷ୍ଟି ହେଲା ତେବେ ସବୁ ଶ୍ରମିକଙ୍କୁ କାହିଁକି ମିଳିଲା ନାହିଁ 200 ଦିନର କାମ ।
କିଛି ଦିନ ତଳେ କଣ୍ଟାବାଜଂରେ ଦାଦନ ଡିଲ ବେଳେ 1 କୋଟି 7 ଲକ୍ଷ ଟଙ୍କାରୁ ପୋଲିସ 50 ଲକ୍ଷ ଲୁଚାଇ ଥିଲା । ଜବତ କରିଥିବା ଟଙ୍କା ଲୁଚାଇଥିବାରୁ ଏସଡିପିଓଙ୍କୁ ନିଲମ୍ବନ କରାଯାଇଛି । ଏପଟେ ଗାଁ ଗାଁରେ କାମ ନ ପାଇ ଆନ୍ଧ୍ର ଓ ତେଲେଙ୍ଗାନାର ଇଟାଭାଟିରେ କାମ କରିବାକୁ ଯାଉଥିବା ଶ୍ରମିକ ଅନେକ ସମୟରେ ଶବ ହୋଇ ଫେରୁଛନ୍ତି । 2015ରୁ 19 ଭିତରେ 142 ଶ୍ରମିକ ଅକାଳରେ ମୃତ୍ୟୁ ମୁଖରେ ପଡିଥିବା ବେଳେ 4134 ଜଣ ପ୍ରବାସୀ ଶ୍ରମିକଙ୍କୁ ସରକାର ଉଦ୍ଧାର କରିଛନ୍ତି ବୋଲି କହୁଛନ୍ତି । ତେବେ 2019ରୁ ବର୍ତ୍ତମାନ ସୁଦ୍ଦା କେତେ ଶ୍ରମିକ ଅନ୍ୟ ରାଜ୍ୟରେ କାମ କରୁଥିବା ବେଳେ ଜୀବନ ହରାଇଛନ୍ତି ତାର ହିସାବ ଶ୍ରମ ବିଭାଗ ପାଖରେ ନାହିଁ ।
.