ଯାହାଫଳରେ ଚିକିତ୍ସା କ୍ଷେତ୍ର ରେ ବାଧା ସୃଷ୍ଟି ହୋଇଛି । ଜିଲ୍ଲାର ଚିତ୍ରକୋଣ୍ଡା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ 4 ଜଣ mbbs ଡାକ୍ତରଙ୍କ ମଧ୍ୟରୁ 3 ଜଣ ଅନୁପସ୍ଥିତ ରହିଛନ୍ତି । ଖାଲି ବାଲିମେଳା ନୁହେଁ ଜିଲ୍ଲାର ଅଧିକାଂଶ ଗୋଷ୍ଠୀ ଓ ଉପସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଡାକ୍ତରମାନେ ଅନୁପସ୍ଥିତ ରହିଥିବା ସୂଚନା ମିଳିଛି । ଯାହାଫଳରେ ଅନେକ ରୋଗୀ ଡାକ୍ତରଖାନାରକୁ ଆସି ଫେରିଥିବା ଦେଖିବାକୁ ମିଳିଛି ।
ରୋଗୀ ଆସୁଛନ୍ତି ଡାକ୍ତର ନାହାନ୍ତି

ମାଲକାନଗିରି: ଡାକ୍ତରମାନେ ପରୀକ୍ଷା ଦେବାକୁ ଯାଇଥିବାବେଳେ ମାଲକାନଗିରି ଜିଲ୍ଲାରେ ଡାକ୍ତରୀ ଅଭାବ । ଆଜି ଡାକ୍ତରୀ ପିଜି ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରେ MBBS ଡାକ୍ତରମାନେ ଉଭାନ ହୋଇଯାଇଛନ୍ତି।
Download Argus News App
