ନୂଆପଡ଼ା ଭଳି ଉପାନ୍ତ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ । ତଥ୍ୟ ଅନୁସାରେ ଜିଲ୍ଲାରେ 155 ଆବଶ୍ୟକତା ଥିବାବେଳେ ବର୍ତ୍ତମାନ ଜିଲ୍ଲାରେ 70 ଜଣ ଡାକ୍ତର ଅଛନ୍ତି । ତେବେ 85 ଜଣ ଡାକ୍ତର ଆବଶ୍ୟକତା ଠାରୁ କମ ଅର୍ଥାତ 60% ପ୍ରତିଶତ ଡାକ୍ତର ଜିଲ୍ଲାରେ ନାହାନ୍ତି । ଫଳରେ ରୋଗୀ ସେବାରେ ବ୍ୟାହତ ସୃଷ୍ଟି ହେଉଛି । ଜନସଂଖ୍ୟା ଅନୁସାରେ ନୂଆପଡ଼ା 6 ଲକ୍ଷ୍ୟ ରୁ ଉର୍ଦ୍ଧ ଥିବା ବେଳେ ନୂଆପଡ଼ା ଜିଲ୍ଲାରେ 70 ଜଣଙ୍କ ଡାକ୍ତର ଙ୍କ ଭରସା ରେ ଚାଲିଛି ରୋଗୀ ସେବା ।
ତେବେ ଜିଲ୍ଲାରେ ଡାକ୍ତର ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ। ତେବେ ନୂଆପଡ଼ା ଭଳି ଉପାନ୍ତ ଅଞ୍ଚଳ କୁ ସରକାର କେବେ ଦୃଷ୍ଟି ଦେଇ ଡାକ୍ତର ଯୋଗାଇ ଦେଉଛନ୍ତି ତାକୁ ହିଁ ଅପେକ୍ଷା ।