28 ଏପ୍ରିଲରେ ପଜିଟିଭ ସଂଖ୍ୟା ଥିଲା 1044 କିନ୍ତୁ ଜୁନ ପ୍ରଥମରେ ଏହି ସଂଖ୍ୟା କମି ହୋଇଚି 918 । ତେବେ ଆସନ୍ତା 10 ଦିନ ଭିତରେ ପଜିଟିଭ ରେଟ କମିବ ବୋଲି କହିଛନ୍ତି କମିଶନର। କିନ୍ତୁ ଭୁବନେଶ୍ବରରେ ହାଟରେ ଭିଡ କମୁନି । ପୋଲିସ ଅଧିକ ସକ୍ରିୟ ହୋଇ କାର୍ଯ୍ୟ କରୁଛି। ଯଦି କିଛି ଅଧିକ ଅମାନିଆ ହୁଅନ୍ତି ତେବେ ଆଗକୁ ଅଧିକ କଠୋର ହେବ ବିଏମସି ।
ତେବେ ରାଜଧାନୀରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମୁଛି।ବେଡ ଉପରେ ଚାପ ମଧ୍ୟ କମିଛି। ଭୁବନେଶ୍ବର ରେ ବର୍ତ୍ତମାନ 1500 ରୁ ଅଧିକ ଅକ୍ସିଜେନ୍ ବେଡ ଖାଲି ରହିଛି। ଆଇସିୟୁ ବେଡ ମଧ୍ୟ ଖାଲି ସହ ଜେନେରାଲ ଅକ୍ସିଜେନ ବେଡ ମହଜୁଦ ରହିଛି। ତେବେ କିଛି ଲୋକ ଫେକ ଆରଟିପିସିଆର ରିପୋର୍ଟ ବନାଇ ଏହାକୁ ବ୍ୟବହାର କରୁଛନ୍ତି। ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସ କମିଶନରଙ୍କୁ ସେ ଅନୁରୋଧ କରୁଛନ୍ତି ।