କଥା ହେଲା ନିଲାମ ଟଙ୍କା ସମ୍ପର୍କିତ ପ୍ରଶ୍ନର କାହିଁକି ଦେଉନାହାନ୍ତି ବିଧାୟକ ? ଆଉ ତାଙ୍କ ସମର୍ଥକଙ୍କର ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ପ୍ରତି ଏଭଳି ଆଚରଣର ମାନେ କଣ। ବିଧାୟକ ଓ ତାଙ୍କ ସମର୍ଥକଙ୍କର ଗଣତନ୍ତ୍ର ପ୍ରତି ସମ୍ମାନ ନାହିଁ। ପୁଣି ଥରେ ଦେଖନ୍ତୁ ବିଧାୟକଙ୍କୁ ପ୍ରଶ୍ନ ପଚାରିବାକୁ ନେଇ କେମିତି ପ୍ରତିକ୍ରିୟାଶୀଳ ହେଉଛନ୍ତି ବ୍ରଜ ପ୍ରଧାନଙ୍କ ସମର୍ଥକ। ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସ୍ଥାନ ଦେବା ପାଇଁ ଦାବି କରୁଥିବା ବିଜୁ ଜନତା ଦଳର ବିଧାୟକଙ୍କ ସମର୍ଥକମାନେ ଗଣମାଧ୍ୟମ କର୍ମଚାରୀଙ୍କ ପ୍ରତି ଧମକପୂର୍ଣ୍ଣ ବ୍ୟବହାର ଦେଖାଉଛନ୍ତି । ଏବେ ଜାଣନ୍ତୁ କଣ ରହିଛି ପୁରା ମାମଲା ଯାହାକୁ ନେଇ ତାଳଚେର ବିଧାୟକ ବ୍ରଜ ପ୍ରଧାନ ଓ ତାଙ୍କ ସମର୍ଥକ ଅସ୍ତବ୍ୟସ୍ତ। ତାଳଚେର ଗଣେଶ ପୂଜା ବିସର୍ଜନ ଉତ୍ସବରେ ମଞ୍ଚ ଉପରେ ରହି ଅନୁଗତଙ୍କ ଦ୍ବାରା ଲଡୁର ନିଲାମ ନେବା ସହ ପୁରା ଉତ୍ସବରେ ମାଇଲେଜ୍ ନିଅନ୍ତି ବିଧାୟକ ବ୍ରଜ ପ୍ରଧାନ ।
ଗତବର୍ଷ ତାଳଚେର ଗଣେଶ ପୂଜା ଭସାଣରେ ୮ ଲକ୍ଷ ଟଙ୍କାରେ ନିଲାମ ହୋଇଥିଲା 2 ଟନ୍ ଲଡୁ। ବିଧାୟକ ବ୍ରଜପ୍ରଧାନଙ୍କ ସମର୍ଥନ କ୍ରମେ ନିଲାମ ନେଇଥିବା ବ୍ୟକ୍ତି ନିଲାମ ଟଙ୍କା ଦେଇନଥିବା ଅଭିଯୋଗ ହୋଇଥିଲା। ଏ ନେଇ ଅଦାଲତ ଯାଏଁ ଯାଇଥିଲା ଚେକ୍ ବାଉଁସ୍ ମାମଲା। ଟଙ୍କା ଦେବାକୁ ବିଧାୟକଙ୍କ ଅତ୍ୟନ୍ତ ଅନୁଗତ କଣିହାଁ ବ୍ଲକ୍ ଚେୟାର ରାମ କୃଷ୍ଣ ପ୍ରଧାନଙ୍କୁ ନୋଟିସ କରିଥିଲେ ତାଳଚେର କୋର୍ଟ। 2021ର ଲଡୁ ନିଲାମ ଟଙ୍କା ନେଇ ମଧ୍ୟ ରହିଛି ବିବାଦ। ଲଗାତାର ଦୁଇ ବର୍ଷର ବିବାଦ ପରେ ଏଥର ହସ୍ତକ୍ଷେପ କରିଛି ପ୍ରଶାସନ। ଏଥର କେନ୍ଦ୍ରୀୟ କମିଟି ସବୁ ଦାୟିତ୍ବ ତୁଲାଇବ ବୋଲି ବୈଠକରେ ହୋଇଛି ନିଷ୍ପତ୍ତି।
ତେବେ ବିଧାୟକଙ୍କ ରାଜନୀତି ନେଇ ବିବାଦ ଜୋର ଧରିଥିବାବେଳେ ବିଧାୟକଙ୍କ ଅନୁଗତ କଣିହାଁ ଚେୟାର ମେନ୍ ରାମ କୃଷ୍ଣ ପ୍ରଧାନୟା ଭିତରେ କେନ୍ଦ୍ରୀୟ କମିଟିକୁ ଲଡୁର୍ ନିଲମ୍ ଅର୍ଥ ରାଶି ଫେରାଇ ଥିବା ସୂଚନା ମିଳିଛି । ଅନ୍ୟପଟେ ବିଧାୟକ ସବୁ କମିଟିର ଚାପରେ ମୁଣ୍ଡ ନୁଆଁଇ କେନ୍ଦ୍ରୀୟ କମିଟିର ନିଷ୍ପତ୍ତିରେ ହଁ ଭରିଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର: