କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ଅସୁରକ୍ଷିତ ମହିଳା କର୍ମଜୀବୀ । ମହିଳା ଶିକ୍ଷୟିତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ସମେତ ତିନି ଶିକ୍ଷକ ଅସଭ୍ୟ ଆଚରଣ, ଶାରିରୀକ ଏବଂ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । କ ନୂଆଗାଁ ଥାନାରେ ଏନେଇ ଅଭିଯୋଗ କରିଛନ୍ତି ଶିକ୍ଷୟିତ୍ରୀ ।
କନ୍ଧମାଳରେ ବିଭିନ୍ନ ସମୟରେ ବିଦ୍ୟାଳୟର ଅନ୍ତେବାସୀ ନିର୍ଯାତନାର ଶିକାର ହେଉଛନ୍ତି । ଏଥର ଏକ ଭିନ୍ନ ପ୍ରକାର ଅଭିଯୋଗ ଆସିଛି କ ନୂଆଗାଁ ଥାନା ଅନ୍ତର୍ଗତ କୁଡୁତୁଲି ଉଚ୍ଚବିଦ୍ୟାଳୟରେ । କାର୍ଯ୍ୟରତ ଶିକ୍ଷୟତ୍ରୀଙ୍କୁ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ମହାରଣାଙ୍କ ସମେତ ସହକାରୀ ଶିକ୍ଷକ ସଦାଶିବ ବେହେରା ଓ ପିଇଟି ଶିକ୍ଷକ ସୁଶାନ୍ତ ବଳିଆରସିଂ ଅସଭ୍ୟ ଆଚରଣ ସହ ଠେଲାପେଲା କରିଥିବା ଶିକ୍ଷୟିତ୍ରୀ ତାଙ୍କ ସ୍ୱାମୀଙ୍କୁ କହିଛନ୍ତି ।
ଘଟଣାଅନୁସାରେ, ପୂର୍ବରୁ ସେହି ସ୍କୁଲର ଜଣେ ଶିକ୍ଷୟତ୍ରୀଙ୍କୁ ଏହି ତିନି ଶିକ୍ଷକ ଖରାପ ବ୍ୟବହାର କରିଥିଲେ । ଏକଥା ପ୍ରଘଟ ଭୟରେ ଶିକ୍ଷୟତ୍ରୀମାନଙ୍କୁ ପରସ୍ପର ମଧ୍ୟରେ ମିଳାମିଶା କରିବା ପାଇଁ ତାଗିତ କରୁଥିଲେ । ଶିକ୍ଷୟତ୍ରୀମାନଙ୍କୁ ଅଫିସ ରୁମକୁ ଡାକି ଅନେକ ସମୟରେ ଅସଭ୍ୟ ଆଚରଣ କରିବା ସହିତ ଶାରିରୀକ ଏବଂ ମାନସିକ ନିର୍ଯାତନା ମଧ୍ୟ ଦେଉଥିବା କହିଛନ୍ତି । ତା’ଛଡା ନିଜ ମଧ୍ୟରେ ବୁଝାମଣା କରିବା ପାଇଁ ବାଧ୍ୟ କରୁଥିଲେ ଏବଂ କ୍ଲାସରେ ମିଥ୍ୟା ଆଟେଣ୍ଡାନ୍ସ ପକାଇବା ପାଇଁ ବାଧ୍ୟକରୁଥିବା କହିଛନ୍ତି ଶିକ୍ଷୟତ୍ରୀ । ଏକ ପ୍ରକାର ରାଗିଂ ଚାଲିଛି ସ୍କୁଲରେ ଦୀର୍ଘ ଏକ ମାସଧରି
ଏହି ଆଦିବାସୀ ଶିକ୍ଷୟତ୍ରୀଙ୍କୁ ଜାତିଆଣ ଆକ୍ଷେପ କରୁଥିବା ମଧ୍ୟ ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି । ଏନେଇ ଶିକ୍ଷୟିତ୍ରୀ ଜିଲ୍ଲା ଶିକ୍ଷା ଅଧିକାରୀ ବିକାଶ ପ୍ରଧାନଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଫଳ ଶୂନ ହେବାପରେ ନ୍ୟାୟ ପାଇଁ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ରବିବାର ଦିନ ଶିକ୍ଷୟିତ୍ରୀଙ୍କ ଘରକୁ ଯାଇ ପ୍ରଧାନ ଶିକ୍ଷକ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି । ଏନେଇ କନ୍ଧମାଳର କୁଇ ସମନ୍ୱୟ ସମିତିର ସମ୍ପାଦକ ଲମ୍ବୋଦର କହଁର ସଂପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ନଚେତ୍ ଆଦିବାସୀ ସଂଘ ରାଜରାସ୍ତାକୁ ଓଲ୍ଲେଇବାକୁ ଚେତାବନୀ ଦେଇଛନ୍ତି ।
ଅର୍ଗସ ବ୍ୟୁରୋ: ଆଜି ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ସଂକଳ୍ପ ସପ୍ତାହର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯକ୍ରମରେ ଦେଶର ବିଭିନ୍ନ ରାଜ୍ୟ ର ଅନେକ ଜିଲ୍ଳାର ସ୍ଥାନୀୟ କଳାକାର ଏବଂ ସାମାଜିକ କାର୍ଯ୍ୟରେ ଜଡିତ ବ୍ୟକ୍ତି ଏକତ୍ରିତ ହୋଇଥିଲେ। ଯେଉଁ ସ୍ଥାନରେ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ଏବଂ ବିଶ୍ୱ ନେତା ମାନେ ଯୋଗ ଦେଉଛନ୍ତି।
ସେହି ସ୍ଥାନରେ ତୃଣମୂଳ ସ୍ତରର ଲୋକମାନେ ଏକାଠି ହେବା ଏକ ଗୈାରବର ବିଷୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଦେଶର ଏହି ସ୍ତରର ଲୋକମାନଙ୍କର ଦେଶ ଗଠନ ଦିଗରେ ଭାଗିଦାରୀକୁ ସୁଦୃଢ କରିବା କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ସଂକଳ୍ପ ସପ୍ତାହ ରେ ଭାରତ ମଣ୍ଡପମରେ ବଡ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା।
ଅଧିକ ପଢ଼ନ୍ତୁ ଦେଶ ଖବର:
ପୁରୀ: ଆମ୍ବୁଲାନ୍ସରେ ପ୍ରସବ କରାଇଲେ ସ୍ଵେଚ୍ଛାସେବୀ। ଶୁଣିଲେନି ମେଡିକାଲ ସହାୟ କର୍ମୀ। ବଡଦାଣ୍ଡ ପାଖ ମାଳିଯାଗା ପାଖରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର ହୋଇଥିବା ମାନସିକ ଭିନ୍ନକ୍ଷମ ମହିଳା ଜନ୍ମ ଦେଲେ ଏକ ଶିଶୁ କନ୍ୟା। ଆମ୍ବୁଲାନ୍ସରେ ଶିଶୁ କନ୍ୟାକୁ ଜନ୍ମ ଦେଇଥିବା ବେଳେ ତାଙ୍କୁ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ ଆଣିଛନ୍ତି ସ୍ୱେଚ୍ଛାସେବୀ। ମହିଳା ଜଣଙ୍କ ଏକ ଆଶ୍ରୟ ସ୍ଥଳୀରେ ରହୁଥିବା ବେଳେ ଗତକାଲି ତାଙ୍କୁ ପ୍ରଶବ ଯନ୍ତ୍ରଣା ହୋଇଥିଲା।ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଜ଼ିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା।
ହସ୍ପିଟାଲ ପରିସରରେ କର୍ମଚାରୀଙ୍କ ଅବହେଳା ପାଇଁ ଆମ୍ବୁଲାନ୍ସରେ ସେ ଏକ ଶିଶୁ କନ୍ୟାକୁ ଜନ୍ମଦେଇଥିଲେ। ଯାହା ଫଳରେ ହସ୍ପିଟାଲ ପରିସରରେ ଦେଖା ଦେଇଥିଲା ଉତେଜନା। ସ୍ଵେଚ୍ଛାସେବୀ ଦୀର୍ଘ ସମୟ ପର୍ଯ୍ୟନ୍ତ ମହିଳା ଓ ତାଙ୍କ ଶିଶୁ କନ୍ୟାକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆମ୍ବୁଲାନସ ଭିତରେ ଧରିକି ବସିଥିବା ଦେଖିବାକୁ ମିଳିଥିଲା। ସେପଟେ ଘଟଣା ସମ୍ପର୍କରେ CDMOଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଗୃହ ବାହାରେ ଓ ଭିତରେ ନିଜକୁ ଅସୁରକ୍ଷିତ କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଯିଏ ନବ ଦାସଙ୍କ ଭଳି କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଷଡ଼ଯନ୍ତ୍ର କରି ମାରି ଦେଇପାରେ, ସେଭଳି ମୁଖ୍ୟମନ୍ତ୍ରୀଙ୍କୁଠୁ କଣ ଆଶା କରାଯାଏ । ଆଜି ଆମ ଘର ଆଗରେ ସମ୍ବଲପୁରରେ ବିକ୍ଷୋଭ କରାଯାଉଛି । ଆଜି ମୁଁ ଅସୁରକ୍ଷିତ । ମୁଖ୍ୟମନ୍ତ୍ରୀ, 5T ସଚିବ ଓ ପ୍ରଣବ ପ୍ରକାଶ ଦାସଙ୍କ ଫୋନଙ୍କୁ ଟ୍ରାକିଂ କରାଯାଉ । ଉତ୍ତରପ୍ରଦେଶର କେଉଁ ମାଫିଆଙ୍କ ସହ କଥା ହେଉଛନ୍ତି । ସେମାନେ କାହାକୁ କଣ ନିର୍ଦ୍ଦେଶ ଦେଉଛନ୍ତି ଜଣାପଡ଼ିବ ବୋଲି କହିଛନ୍ତି ଜୟନାରାୟଣ ମିଶ୍ର ।
ଅଧିକ ପଢ଼ନ୍ତୁ ଓଡିଶା ଖବର: