ଚନ୍ଦ୍ରଭାଗା ସ୍ନାନ ପରେ ମନ୍ଦିର ପରିକ୍ରମା ପରମ୍ପରା ରହିଥିବାରୁ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ ଶୁଳ୍କ ଛାଡ କରାଯିବ ବୋଲି ସୂଚନା ମିଳିଛି । ଭିଡକୁ ଦୃଷ୍ଟିରେ ରଖି ୩୦ ପ୍ଲାଟୁନ୍ ପୋଲିସ ଫୋର୍ସଙ୍କୁ ମୂତୟନ କରାଯାଇଛି ବୋଲି ଏସ୍ପି କେ.ବିଶାଲ ସିଂହ କହିଛନ୍ତି । ସେପଟେ ବୁଡ ପକାଇବା ପରେ ଭକ୍ତ ଶ୍ରଦ୍ଧାଳୁମାନେ ଉଦୟମାନ ସୂର୍ଯ୍ୟଙ୍କୁ ଦର୍ଶନ କରି କୃତାର୍ଥ ମନେ କରିବା ସହ ନିଜର ମନବାଞ୍ଛା ଓ ମନସ୍କାମନା ପୂରଣ କରିଛନ୍ତି।
ମାଘ ସପ୍ତମୀ ଉପଲକ୍ଷେ ଚନ୍ଦ୍ରଭାଗା କୂଳରେ ଭକ୍ତଙ୍କ ସମାଗମର ଏହି ଦୃଶ୍ୟ ବେଶ ମନୋରମ। ଚନ୍ଦ୍ରଭାଗା ଓ ମାଘ ସପ୍ତମୀର ବର୍ଣ୍ଣନା ବହୁ ପୁରାଣରେ ରହିଛି। ବିଶ୍ବାସ ରହିଛି, ସୂର୍ଯ୍ୟଦେବ ଏହି ସପ୍ତମୀରେ ଜନ୍ମ ନେଇଥିଲେ। ଯେଉଁଥିପାଇଁ କୋଣାର୍କ ‘ସୂର୍ଯ୍ୟକ୍ଷେତ୍ର’ ବା ‘ଅର୍କକ୍ଷେତ୍ର’ ଭାବେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।