ଅର୍ଗସ ବ୍ୟୁରୋ: ସରକାର ଗ୍ରାମ ଅଞ୍ଚଳର ସଡକ ପଥ ପାଇଁ କୋଟି କୋଟି ଟଙ୍କା ବ୍ୟାୟାବରାଦ କରୁଛନ୍ତି । କାରଣ ଲୋକମାନଙ୍କ କୋଣସି ଅସୁବିଧା ଯେପରି ନହୁଏ । ହେଲେ ଏହାର ଫାଇଦା ଲୋକମାନେ ଫାଇଦା ପରିବର୍ତ୍ତେ କେତେକ ଅବହେଳିତ ସରକାରି ଅଧିକାରୀ ଏବଂ ମନମୁଖୀ ଠିକାଦାର ପାଉଥିବା ଅନେକ ସ୍ଥାନରେ ଦେଖିବାକୁ ମିଳିଛି । କିନ୍ତୁ ସରକାରୀ କାଗଜ କଲମରେ ସବୁ କିଛି ଉତ୍ତମ ମାନର ହେଉଥିବା କୁହାଯାଉଛି । ଏହାର ଜଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା, ଗଙ୍ଗଲା ପଞ୍ଚାୟତର ର କର୍ତ୍ତାଙ୍ଗଗୁଡ଼ା ଠାରୁ କୁରୁଡୁବାଡା ରାସ୍ତା । ଏବେ ଏହି ରାସ୍ତା ମରଣା ଯନ୍ତା ପାଲଟିଛି । କୌଣସି ବିକଳ୍ପ ନପାଇ କାଦୁଅ ପଚପଚ ରାସ୍ତାକୁ ଏବେ ଝୁଡି କଦାଳ ଧରି ମହିଳା ଓ ପୁରୁଷ ସଜାଡ଼ିବାରେ ଲାଗିପଡିଛନ୍ତି ।
ତେବେ ଅତି ନିନ୍ନାମନର ରାସ୍ତା କାମ କରି ଠିକାଦାର ଓ କନିଷ୍ଠ ଯନ୍ତ୍ରୀ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଛନ୍ତି ।ଏହାର ପରିଣାମ ଭଗୁଛନ୍ତି ଗ୍ରାମବାସୀ, ଭତ୍ତା ହେଉ ବା ପୀଡ଼ିଏସ ଚାଉଳ ଏବଂ ଅନ୍ୟାନ କାମ ପାଇଁ ପ୍ରତି ଦିନ ପଞ୍ଚାୟତକୁ ଯାହାନ୍ତି ଲୋକେ । ହାଟ ବଜାର, ସ୍କୁଲ କଲେଜ, ଏହି ରାସ୍ତା ଉପରେ ନିର୍ଭର କରନ୍ତି ଲୋକେ ।
ଲୋକମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କରାଯାଇଥିବା ରାସ୍ତା ଧୀରେ ଧୀରେ ଲୋକମାନଙ୍କ ପାଇଁ କାଳ ହୋଇଯାଇଛି / ତେବେ ଠିକାଦାର ଓ କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ ଦୃଢ କାର୍ଯାନୁଷ୍ଠାନ ନିଆଯିବା ସହ ରାସ୍ତା ପୁନରା ନିର୍ମାଣ କରାଯାଉ ବୋଲି ଦାବି କରିଛନ୍ତି ଗ୍ରାମବାସୀ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: