ଥାନାରେ ଦେଇଥିବା ଅଭିଯୋଗ ଆନୁସାରେ, ଆଜି ଭୋର ପ୍ରାୟ 5ଟା ସମୟରେ କିଛି ଦୂର୍ବୁତ୍ତ କିଛି ମହିଳାଙ୍କୁ ଧରି ଡ୍ରୋଜର ସାହାଯ୍ୟରେ ଘରର ଗେଟ୍ ଭାଙ୍ଗିଥିଲେ । ପରେ ଘରେ ପଶି ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ ।
ଦୂର୍ବୁତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି ପରିବାର ଲୋକେ । ପିଡୀତ ମହିଳାଙ୍କ କହିବାନୁଯାୟୀ, ଆମେ ଶୋଇଥିଲୁ ହଠାତ୍ କିଛି ଭାଙ୍ଗିବାର ଶବ୍ଦ ଶୁଣିଲୁ । ବାହାରେ ଆସି ଦେଖିଲାବେଳକୁ ଡ୍ରୋଜର ଲଗାଇ ଆମ ଗେଟ୍ ଭାଙ୍ଗିଦେଲେ । 30 ରୁ 35 ମହିଳା ଆସି ମୋ ସ୍ୱାମୀଙ୍କୁ ଘେରି ଗଲେ । ତା ପରେ ଘରେ ପସି ମଧ୍ୟ ଆମକୁ ଆକ୍ରମଣ କଲେ ।
ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ଖଣ୍ଡଗିରି ଥାନା ପୋଲିସ । ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ କରୁଥିବା ସୂଚନା ମିଳିଛି । ତେବେ ଜମିବାଡ଼ିକୁ କେନ୍ଦ୍ର କରି ପୁର୍ବ ଶତ୍ରୁତାରୁ ଏଭଳି ଘଟଣା ଘଟିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।