ସୂଚନା ମୁତାବକ ଅନାମ ମୁଦୁଲି ଓ ସନ୍ତୋଷ ମୁଦୁଲି ଦୁଇ ଭାଇଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା । ଏହି ବିବାଦ ଗତକାଲି ଅପରାହ୍ନରେ ଉଗ୍ର ରୂପ ନେଇ ଥିଲା । ଫଳରେ ସନ୍ତୋଷ ଉତକ୍ଷିପ୍ତ ହୋଇ କଟୁରୀରେ ବଡ ସହ ପରିବାରର ଅନ୍ୟ ସଦସ୍ୟଙ୍କୁ ହାଣି ଗୁରୁତର କରିଥିଲା ।
ଯାହାଫଳରେ ବଡ ଭାଇ ଅନାମ ଏବେ ସୁଦ୍ଧା ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଚିକିତ୍ସାଧିନ ରହିଥିବାବେଳେ ଅବସ୍ଥା ଶଙ୍କଟାପୂର୍ଣ୍ଣ ଥିବା ଜଣାପଡିଛି । ଉଭୟ ପକ୍ଷରୁ ବାଲିକୁଦା ଥାନାରେ ଲିଖତ ଅଭିଯୋଗ କରାଯାଇଛି।
ଆହୁରି ପଢନ୍ତୁ ଓଡିଶା ଖବର...