ଭିଡିଓ ଦେଖନ୍ତୁ : ମାତିଛନ୍ତି ମାଟି ମାଫିଆ !
ଏହି ଗୋଚର କିସମ ସମତୁଲ ଜମିରୁ ମାଟି ବିକି ଗାଡ଼ିଆ କରିଛନ୍ତି। ଗ୍ରାମ ବାସୀ ତହସିଲଦାର ଠୁ ଆରମ୍ଭ କରି ଜିଲ୍ଲାପାଳ,ଙ୍କୁ ଅଭିଯୋଗ କରିବା ପରେବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏ ଭଳି ଗୋଟିଏ ଘଟଣା ନୁହେଁ ଏ ଯେଉଁ ମିଶନ ଶକ୍ତି ଗୃହ ଦେଖୁଛନ୍ତି ଶ୍ମସାନ କିସମ ଜମି ଉପରେ ନିର୍ମାଣ ହୋଇଛି। ଯାହାକୁ ନେଇ ତୁମ୍ବି ତୋଫାନ ଚାଲିଛି। ଏ ଯେଉଁ ସୁସଜ୍ଜିତ ପେଣ୍ଡାଲ ଦେଖୁଛନ୍ତି କିଶନ ନଗର ସ୍କୁଲ ପାଖରେ ଥିବା ଗୋଚର କିସମ ଜମି ଉପରେ ନିର୍ମାଣ କରାଯାଇଛି ବୋଲି ନିଜେ ତହସିଲଦାର ପତ୍ର ସଂଖ୍ୟା ୫୧୨ ଉଲ୍ଲେଖ କରିଛନ୍ତି। ଅନୁରୂପ ଭାବେ ବୋଧପୁର ଗ୍ରାମରେ ଗୋଚର ଉପରେ ସ୍ଥାୟୀ ଘର ନିର୍ମାଣ ଚାଲିଛି । ଯେତେ ପ୍ରଶାସନ ପାଖରେ ଅଭିଯୋଗ କଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଗ୍ରାମବାସୀ ତହସିଲ ସମ୍ମୁଖରେ ଧାରଣା ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି।
ଅଧିକ ପଢନ୍ତୁ : ରାଜ୍ୟସାରା ବଢିଚାଲିଛି ବାଲି ମାଫିଆଙ୍କ ଦୌରାତ୍ମ୍ୟ
ସ୍ଥାନୀୟ ତହସିଲ ପ୍ରଶାସନ କୁ ଅଭିଯୋଗ କଲେ କୌଣସି ସୁଫଳ ମିଳୁନାହିଁ । ତହସିଲଦାର ସରକାରୀ ଦଳର ଛତ୍ରଛାୟାରେ ରହି ଏ ଭଳି ବେନିୟମ କାର୍ଯ୍ୟ କରିବାକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ । ଏହି ସମ୍ବନ୍ଧରେ କିଶନ ନଗର ତହସିଲଦାର ମଧୁସୂଦନ ନାୟକ ଙ୍କ ମତାମତ ଲୋଡିବାରୁ ମତାମତ ଦେବାପାଇଁ ସେ ମନାକରିଦେଇଛନ୍ତି।