ସେପଟେ ଆଜି ପୁଣି ଥରେ ଇଡିରେ ହାଜର ହେଲେ ସିନେ ପ୍ରଯୋଜକ ପ୍ରମୋଦ ସ୍ୱାଇଁ । ୨ ଦିନ ତଳେ ଇଡିରେ ହାଜର ହୋଇଥିଲେ । ତାଙ୍କୁ ଦୀର୍ଘ 12 ଘଣ୍ଟାର ଜେରା କରାଯାଇଥିଲା । ପ୍ରମୋଦ ଇଡି କାର୍ଯ୍ୟାଳୟକରୁ ବାହାରି ପ୍ରତିକ୍ରିୟାରେ କହିଥିଲେ, ଅର୍ଚ୍ଚନା ମୋ ଘରେ ଭଡାରେ ରହୁଥିଲେ । ସେ ସମୟରେ ଅର୍ଚ୍ଚନାର ଆର୍ଥିକ ଅବସ୍ଥା ମଧ୍ୟ ଭଲ ନଥିଲା । ତେବେ 5 ବର୍ଷ ତଳର ଫାଇଲ୍ ଖୋଲି ଏବେ ଘଣ୍ଟାଚକଟା ଚଳାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
2017ରେ ଫିଲ୍ମ ପ୍ରଯୋଜନ ପ୍ରମୋଦ ସ୍ବାଇଁଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ବ୍ଲାକମେଲ୍ କୁଇନ୍ ଅର୍ଚ୍ଚନା । ହେଲେ ମାମଲା ରଫଦଫା ହୋଇଯାଇଥିବାରୁ ଏହା ପଛରେ ବଡ଼ ଡିଲ୍ ହୋଇଥିବା ସନ୍ଦେହରେ ପ୍ରମୋଦଙ୍କୁ ଡାକି ପଚରାଉଚୁରା କରୁଛି ଇଡି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।