ଏହି ମଦ ନକଲି ନା ଅସଲି ତାହା ସ୍ପଷ୍ଟ ହୋଇନାହିଁ । କିଏ ଏହି ବ୍ୟବସାୟ ଚଳାଉଥିଲା ତାହା ଏଯାଏ ସ୍ପଷ୍ଟ ହୋଇନାହିଁ । ଜବତ ହୋଇଥିବା ମଦ ବ୍ରହ୍ମପୁର ଅଣାଯାଇଛି । ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି ପୋଲିସ ।
ରାୟଗଡା: ଜଙ୍ଗଲ ଭିତରୁ ବିପୁଳ ପରିମାଣର ମଦ ଜବତ।ରାୟଗଡ଼ା ଜିଲ୍ଲା ଗୁଡାରି ଅଂଚଳର ଏକ ଘଞ୍ଚ ଜଙ୍ଗଲ ଭିତରେ ଥିବା ଏକ ଘରୁ ୧୩୦ ପେଟି ବିଦେଶୀ ମଦ ଜବତ ହୋଇଛି । ବିଦେଶୀ ମଦକୁ ଟ୍ୟାକ୍ସ ନଦେଇ ଜଙ୍ଗଲ ଭିତରେ ବ୍ୟବସାୟ ହେଉଥିବା ଅନୁମାନ କରାଯାଉଛି । ଏହି ମଦ ଜବତ କରିଛି ଦକ୍ଷିଣାଞ୍ଚଳ ଗୁଇନ୍ଦା ଅବକାରୀ ବିଭାଗ ।
ଏହି ମଦ ନକଲି ନା ଅସଲି ତାହା ସ୍ପଷ୍ଟ ହୋଇନାହିଁ । କିଏ ଏହି ବ୍ୟବସାୟ ଚଳାଉଥିଲା ତାହା ଏଯାଏ ସ୍ପଷ୍ଟ ହୋଇନାହିଁ । ଜବତ ହୋଇଥିବା ମଦ ବ୍ରହ୍ମପୁର ଅଣାଯାଇଛି । ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି ପୋଲିସ ।
ଅର୍ଗସ ବ୍ୟୁରୋ : ପୁଣି ଥରେ ପାଲଲହଡାରେ ମୁକେଶ ହଟାଓ ନାରା । ଅନୁଗୋ ଜିଲ୍ଲା ପାଲଲହଡ଼ା ନିର୍ବାଚନ ମଣ୍ଡଳୀର ଶଙ୍ଖମୁର ପଞ୍ଚାୟତରେ ବିଜେଡ଼ି ବିଧାୟକ ମୁକେଶଚଦ୍ର ପାଲଙ୍କୁ ବିରୋଧ କରିଛନ୍ତି ପଞ୍ଚାୟତବାସୀ । ନିର୍ବାଚନ ପୂର୍ବରୁ ଭୋଟ ମାଗି ଯାଇଥିବା ବିଧାୟକ ସାଢେ଼ ୪ ବର୍ଷରେ ଥରୁଟିଏ ବି ଗାଁ ମାଟି ମାଡି ନାହାନ୍ତି । ଆଜି ଯାଏ ଗାଆଁରେ କୌଣସି ଉନ୍ନତି ମୂଳକ କାର୍ଯ୍ୟ ନ ହୋଇଥିବା ଯୋଗୁଁ ବିଧାୟକଙ୍କୁ ବିରୋଧ କରିଛନ୍ତି ନିଜ ଦଳର ଦଳୀୟ କର୍ମୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପୂର୍ବରୁ ଏକାଧିକ ବିଜେଡ଼ି କର୍ମୀ ଏକାଠି ହୋଇ ଆଗମୀ ନିର୍ବାଚନରେ ବିଜେଡ଼ିର ଦଳୀୟ ଟିକେଟ ମୁକେଶଙ୍କୁ ନ ମିଳୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ବେଳେ ବିଧାୟକ ବିରୋଧ କରୁଥିବା ବ୍ୟକ୍ତି ବିଜେଡ଼ି କର୍ମୀ ନୁହେଁ ବୋଲି କହିଥିଲେ । ଅନ୍ୟପଟେ ଆଗକୁ ହଜାର ହଜାର ସଂଖ୍ୟାରେ ବିଜେଡ଼ି କର୍ମୀ ଏକାଠି ହୋଇ ବିଧାୟକଙ୍କୁ ବିରୋଧ କରିବେ ବୋଲି କଡ଼ା ଚେତାବନୀ ଦେଇଛନ୍ତି