ସ୍ଥାନୀୟ ପିତାବଳୀ ପିଢ଼ ଠାରୁ ପୂଜାର୍ଚ୍ଚନା ପରେ କଳସିକୁ ସାଙ୍ଗରେ ନେଇ ଗାଁ ରାସ୍ତାରେ ଏକ ବିଶାଳ ପଟୁଆର ବାହାରିଥିଲା । ଗାଁର ବିଭିନ୍ନ ବର୍ଗର ଲୋକେ ଏହି ସ୍ମରଣୀୟ କାର୍ଯ୍ୟରେ ସ୍ୱତ ପ୍ରବୃତ୍ତ ଭାବେ ସାମିଲ ହୋଇଥିଲା । ଗାଁର ବିଭିନ୍ନ ଘରୁ ମାଟି ସଂଗ୍ରହ ପରେ ବୀର ସହିଦଙ୍କ ଘରେ ପହଞ୍ଚି ତାଙ୍କ ଦାୟଦ ମାନଙ୍କୁ ସଂମାନିତ କରାଯାଇଥିଲା ।
ସୂଚନା ଅନୁଯାୟୀ ଅନୁଗୋଳ ଜଗନ୍ନାଥ ମନ୍ଦିର ଠାରେ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରାକ୍ତନ ସାଂସଦ ରୁଦ୍ରନାରାୟଣ ପାଣି 'ମୋ ମାଟି ମୋ ଦେଶ' କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଅନୁଗୁଳ ଜିଲ୍ଲାର ସମସ୍ତ ୫ ଟି ବିଧାନସଭା କ୍ଷେତ୍ରରେ ମାଟି ସଂଗ୍ରହ ପାଇଁ ଆସିଥିବା ୧୦ ଟି ରଥକୁ ପତାକା ଦେଖାଇ ଉଦଘାଟନ କରିଥିଲେ ।
ଏହି ରଥ ଜିଲ୍ଲାର ଗ୍ରାମକୁ ଗ୍ରାମ ବୁଲି ବୀର ମାଟିକୁ ଅମୃତ କଳସରେ ସଂଗ୍ରହ କରିବ । ପ୍ରଧାନମନ୍ତ୍ରୀ ଶହୀଦ ମାନଙ୍କୁ ଉପଯୁକ୍ତ ସମ୍ମାନ ଦେବାପାଇଁ ଦେଶରେ ସବୁ ଅଂଚଳରୁ ବିଶେଷ ଭାବେ ଶହୀଦଙ୍କର ଘରୁ ଏବଂ ଗ୍ରାମର ବିର ମାଟି ସଂଗ୍ରହ କରିବ । ସମସ୍ତ ସଂଗୃହିତ ମାଟିକୁ ଅମୃତ କଳସରେ ଦିଲ୍ଲୀ ପଠାଯିବା ସହ ସେଠାରେ ଅମୃତ ବାଟିକା ସ୍ଥାପନ ସହ ଶହୀଦଙ୍କର ଫଳକ ଲାଗିବ ।