ମିଶନ ସୁବିଦ୍ୟାର ପ୍ରଥମ ପର୍ଯ୍ୟାୟରେ କେଉଁଝର ଓ ସମ୍ବଲପୁର ଜିଲ୍ଲାର ୨୪୬ଟି ଆବାସିକ ହଷ୍ଟେଲର ମୂଲ୍ୟାଙ୍କନ ସଂପନ୍ନ ହୋଇଥିଲା । ସେଥି ମଧ୍ୟରୁ କେଉଁଝର ଜିଲ୍ଲାର ୧୫୬ଟି ଓ ସମ୍ବଲପୁର ଜିଲ୍ଲାର ୯୦ଟି ହଷ୍ଟେଲ ମଧ୍ୟରୁ ଯଥାକ୍ରମେ ୬୦ଟି ଓ ୧୨ଟିକୁ ମନୋନୀତ କରାଯାଇଥିଲା । କୋଭିଡ୍-୧୯ ଲକ୍ଡାଉନ୍ ପୂର୍ବରୁ ୪୪ଟି ହଷ୍ଟେଲର ମୂଲ୍ୟାଙ୍କନ କରାଯାଇଥିଲା ଓ ସେଗୁଡ଼ିକ ଆଇଏସ୍ଓ ମାନ୍ୟତା ପ୍ରାପ୍ତ ହୋଇଥିଲେ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ପ୍ରୋଜେକ୍ଟରେ ଆଉ ଦଶଟି ଜିଲ୍ଲାର ହଷ୍ଟେଲର ମୂଲ୍ୟାଙ୍କନ କାର୍ଯ୍ୟ ହାତକୁ ନିଆଯାଇଛି । ଏହି ପ୍ରକଳ୍ପ କାର୍ଯ୍ୟ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାର ୧୨୮୩ଟି ହଷ୍ଟେଲକୁ ଅନ୍ତର୍ଭୁକ୍ତ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ମୂଲ୍ୟାଙ୍କନ ପରେ ପ୍ରସ୍ତୁତ ହୋଇଥିବା ଡିମ୍ଡ୍ ପ୍ରିପେୟାରଡ୍ ହଷ୍ଟେଲଗୁଡ଼ିକୁ ଏହି ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରାଯିବ । ସ୍ମାର୍ଟ ପ୍ରଯୁକ୍ତି ଜ୍ଞାନସଂପନ୍ନ ସଲ୍ୟୁସନ ମାଧ୍ୟମରେ ଅକେଫାବର ୧୫ ତାରିଖଠାରୁ ସିଧାସଳଖ ଅନ୍ଲାଇନ୍ରେ ଏହାର କାର୍ଯ୍ୟ ଆରମ୍ଭ ହୋଇଛି । ଅନ୍ଲାଇନ୍ରେ ମନୋନୀତ ହଷ୍ଟେଲଗୁଡ଼ିକ ସିଧାସଳଖ ଅନ୍ଲାଇନ୍ରେ ନିଜର ମୂଲ୍ୟାଙ୍କନ କରିବେ । ଏହି ପ୍ରଯୁକ୍ତି ଜ୍ଞାନର ଉପଯୋଗ କରାଯାଇ ହଷ୍ଟେଲର ରିପୋର୍ଟ ଓ ସ୍କୋର ନାବେଟ୍ ଟିମ୍କୁ ପ୍ରଦାନ କରାଯିବ । ଆହୁରି ମଧ୍ୟ ନାବେ ଟ୍ ଟିମ୍ ଭର୍ଚୁଆଲ ଟୁର୍ କରି ହ ଷ୍ଟେଲର ପ୍ରସ୍ତୁତି ସଂପର୍କରେ ଅନୁଧ୍ୟାନ କରିବେ । ହଷ୍ଟେଲଗୁଡ଼ିକ ଅନ୍ଲାଇନ୍ରେ ସେମାନଙ୍କ କାର୍ଯ୍ୟକଳାପର ରେକର୍ଡିଂ ଅପ୍ଲୋଡ୍ କରିବେ । ହଷ୍ଟେଲ ଦ୍ୱାରା ପ୍ରଦାନ କରାଯାଇଥିବା ସ୍ଵମୂଲ୍ୟାଙ୍କନ ସ୍କୋର ସହିତ ନାବେଟ୍ ଟିମ୍କୁ ଡକୁ୍ୟମେଣ୍ଟାରୀ ପ୍ରମାଣପତ୍ର ଅନ୍ଲାଇନ୍ ଯୋଗେ ଦେବା ପରେ ଅନ୍ସାଇଟ୍ ମୂଲ୍ୟାଙ୍କନ କରାଯିବ ବୋଲି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ କହିଛନ୍ତି।