ସାହିସାହିର ସଂଯୋଗୀକରଣ କାର୍ଯ୍ୟ ଜାରି ରହିଥିବାରୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ବାଧା ଉପୁଜୁଛି ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ । ପରିକ୍ରମା କାର୍ଯ୍ୟରେ ଶିଥିଳତା କାରଣରୁ ଲୋକେ ହଇରାଣ ହେଉଥିବା ଦେଖିବାକୁ ମିଳିଛି।
ଓଡିଶା ଖବର ଆହୁରି ପଢନ୍ତୁ
ଅର୍ଗସ ବ୍ୟୁରୋ: କଲବଲ କଲାଣି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟରେ ଶିଥିଳତା । ଭକ୍ତ ହାଇରାଣ, ସ୍ଥାନୀୟ ବାସିନ୍ଦା ଭୋଗୁଛନ୍ତି ନାହିଁନଥିବା କଷ୍ଟ । ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଖନନ ଯୋଗୁଁ ଅସ୍ତବ୍ୟସ୍ତ କରୁଛି ଟ୍ରାଫିକ ଯନ୍ତ୍ରଣା । ପ୍ରକଳ୍ପ ନିର୍ମାଣ ପାଇଁ ମୁଖ୍ୟ ପ୍ରଶାସକ ରଖିଥିବା ଅବଧି ସରିବାକୁ ବସିଲାଣି ହେଲେ ୫୦ ପ୍ରତିଶତ କାର୍ଯ୍ୟ ବି ଶେଷ ହୋଇନି। ପ୍ରଶ୍ନ ଉଠୁଛି ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ପ୍ରକଳ୍ପ କାର୍ଯ୍ୟ ଆଗେଇବାରେ କିଏ ସାଜିଛି ବାଧକ ।