ଜନ୍ମରୁ ଭିନ୍ନକ୍ଷମ ଲଷ୍ମୀଧର I ପରିବାର କହିଲେ ସାନ ଭାଇ, ଭାଇ ବୋହୁ, ଏବଂ ପୁତୁରା I ଲଷ୍ମୀଧର ଭିନ୍ନକ୍ଷମ ହୋଇଥିବାରୁ ସାନଭାଇ ଓ ସାନ ଭାଇ ବୋହୁ ପର ଦୁଆରେ ମୁଲ ପାଇଟି କରି ଯାହା ଦୁଇ ପଇସା ରୋଜଗାର କରନ୍ତି ପରିବାର ଚଳିଯାଏ I ବର୍ତମାନ ସୁରେନ୍ଦ୍ର ଏବଂ ଗୀତାଞ୍ଜଳି ରୋଗାଗ୍ରସ୍ତ ହୋଇପଡିବାରୁ ପରିବାର ଚଳିବା କଷ୍ଟକର ହୋଇପଡିଛି I ଯାହା ଫଳରେ ଆର୍ଥିକ ଅନାଟନ ଯୋଗୁ ଅସହାୟ ହୋଇପଡିଛନ୍ତି ଲଷ୍ମୀଧର I
ଲଷ୍ମୀଧର ଜନ୍ମରୁ ଚାଲିବା କ୍ଷମତା ହରାଇଛନ୍ତି I ବର୍ଷେ ହେଲା ମେରୁଦଣ୍ଡ ଜନିତ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ହୋଇପଡିଛନ୍ତି I ସେଇ ଭଳି ତାଙ୍କର ସାନ ଭାଇ ମଧ୍ୟ ମେରୁଦଣ୍ଡ ଜନିତ ରୋଗରେ ପୀଡିତ I ସାନ ଭାଇ ବୋହୁ କୀଡୀନି ଓ ଲିଭର ଜନିତ ରୋଗରେ ପୀଡିତ I ଏଭଳି ପରିସ୍ଥିତିରେ ଚଳିବା ସହିତ ଔଷଧ ଖର୍ଚ୍ଚ ତୁଲାଇବା ଅସମ୍ଭବ ହୋଇପଡିଛି ସେମାନଙ୍କ ପାଇଁ I ଲଷ୍ମୀଧର ଙ୍କ ସାନ ଭାଇ ସୁରେନ୍ଦ୍ର ର ଏକମାତ୍ର ପୁଅ ପାଠ ପଢିବା ମଧ୍ୟ କଷ୍ଟକର ହୋଇ ପଡିଛି ବୋଲି କହିଛନ୍ତି ଲଷ୍ମୀଧରଙ୍କ ଭାଇ I ସ୍ଥାନୀୟ ସରପଞ୍ଚ ମଧ୍ୟ ଏ ଘଟଣା ବାବଦରେ ଅବଗତ ଥିବା କୁହନ୍ତି I ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବାକୁ ମଧ୍ୟ ବଂଚିତ ହୋଇଛନ୍ତି ଲଷ୍ମୀଧର I
କିଛି ସହୃଦୟ ବ୍ୟକ୍ତି ବିଶେଷ କିମ୍ବା ସ୍ଥାନୀୟ ପ୍ରଶାସନ ଲଷ୍ମୀଧର କୁ ଓ ତା ପରିବାର କୁ ସାହାଯ୍ୟର ହାତ ବଢ଼ାଇଲେ ପରିବାର ଟି ବଞ୍ଚି ପାରିବ I ଆପଣ ବି ଚାହିଁଲେ ଲଷ୍ମୀଧର ଙ୍କୁ ସାହାଯ୍ୟ କରିପାରିବେ I ଲଷ୍ମୀଧର ଙ୍କ ସାନ ଭାଇ ସୁରେନ୍ଦ୍ର ଭୋଇ,
ସୁରେନ୍ଦ୍ର ଭୋଇ
ମୋ - 8658358873
Ac- 001134006001880
Ifsc - IOBA0R0GB01
Odisha Gramya Bank
Bamanal Branch
ଅଧିକ ପଢନ୍ତୁ ଓଡିଶା ଖବର