ତେବେ କୁକୁରଟିର ମାଲିକ କହିବା ଅନୁସାରେ, ସେ ଯେତେବେଳେ ଦେଖିଥିଲେ ଲୋକ ହେଲମେଟ୍ ନ ପିନ୍ଧି ଯା-ଆସ କରୁଛନ୍ତି। ସରକାରଙ୍କୁ ଫାଇନ ଦେଲେ ବି ଲୋକେ ସୁଧୁରୁ ନାହାନ୍ତି। ତେଣୁ ସେ ତାଙ୍କ କୁକୁରକୁ ହେଲମେଟର ଅଭ୍ୟାସ କରିଛନ୍ତି।
ସୁର କହିଲେ କୁକୁରଠୁ କିଛି ଶିଖ

ଭୁବନେଶ୍ଵର : ରୁଡୁ ପିନ୍ଧିଛି ହେଲମେଟ। ଆଉ ଲୋକଙ୍କୁ କରୁଛି ସଚେତନ। ପାଟିରେ ସିନା ସେ କିଛି କହି ପାରିନି କିନ୍ତୁ ସେ ସମସ୍ତଙ୍କ ପାଇଁ ପ୍ରେରଣା। ସିଏ ହେଉଛି ସମସ୍ତଙ୍କର ସ୍ନେହର କୁକୁର ‘ରୁଡୁ’। ତାର ମାଲିକ ସହ ସେ ଯାଉଥିବା ବେଳେ ହଠାତ ବାଟରେ ଜଟଣୀ ମଣି ସୁରଭାଇ ତାକୁ ଦେଖିଥିଲେ ଆଉ ତାକୁ ଟିକେ ଆଉଁସି ସମସ୍ତଙ୍କୁ ହେଲମେଟ୍ ପିନ୍ଧିବାକୁ କହିଛନ୍ତି। ଆଉ ଏ ଲୋକଙ୍କୁ କୁକୁରଠୁ କିଛି ଶିଖିବାକୁ କହିଛନ୍ତି।
ଫ୍ୟାନରେ ଝୁଲି ଛାତ୍ରଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ : ପାହାଳ ଥାନା ଅନ୍ତର୍ଗତ ଭୀମପୁର ଗ୍ରାମରେ ସ୍ଥିତ ସିନର୍ଜୀ ବୈଶୟିକ ଶିକ୍ଷା ଅନୁଷ୍ଠାନରେ ଜଣେ ଛାତ୍ରର ମୃତ୍ୟୁ ଘଟିଛି । ମୃତ ଛାତ୍ର ଜଣକ ହେଲେ ମାଲକାନଗିରି ଜିଲ୍ଲା ବାଲିମେଳା ଥାନା ଅନ୍ତର୍ଗତ କୁଡୁମୁଲୁଗୁମା ଗ୍ରାମର ସାହିଲ ରାଜ୍ ବେନୀୟା । ସାହିଲ୍ ଏହି ଶିକ୍ଷା ଅନୁଷ୍ଠାନରେ ବିଟେକ କମ୍ପ୍ୟୁଟର ବିଜ୍ଞାନ ପାଠ୍ୟ କ୍ରମର ଦ୍ବିତୀୟ ବର୍ଷର ଛାତ୍ର ଥିଲେ
Download Argus News App
