କିନ୍ତୁ ଓଡିଶା ସରକାର 7 ତାରିଖ ଦିନ ଧାମନଗର ନିର୍ବାଚନ ମଣ୍ଡଳୀର 2 ଜଣ ବିଡିଓ ଙ୍କୁ ବଦଳି କରିଛନ୍ତି । କୋରାପଟ ଏବଂ କଳାହାଣ୍ଡି ଜିଲ୍ଲାରେ ଥିବା ଦୁଇ ଜଣ ବିଡ଼ିଓଙ୍କୁ ଅବସ୍ଥାପିତ କରାଯାଇଛି । ନିର୍ବାଚନ ଆଚରଣ ବିଧିକୁ ଉଲଂଘନ କରିଛନ୍ତି ରାଜ୍ୟ ସରକାର । ଏହା ବେଆଇନ ବୋଲି ସିଇଓ ଜାଣିଛନ୍ତି । ଖୋଦ ସିଇଓ ତଥା ପଞ୍ଚାୟତିରାଜ ବିଭାଗ ସଚିବ ବିଡିଓ ଦୁଇ ଜଣଙ୍କୁ ବଦଳି କରିଛନ୍ତି । ଯିଏ ନିରପେକ୍ଷ ନିର୍ବାଚନ କରିବା ଓ ବେଆଇନ କାମ ରୋକିବାର ଦାୟୀତ୍ୱରେ ଅଛନ୍ତି । ସେ ହିଁ ଏଭଳି ବେଆଇନ କାମ କରିଛନ୍ତି । ରାଜ୍ୟ ସରକାର ନିର୍ବାଚନ ଘୋଷଣା ପରେ ସିଇଓଙ୍କୁ ଅନ୍ୟ ବିଭାଗ ଦାୟୀତ୍ବରୁ ବାହାର କରିବାର ଥିଲା । ବାଡ଼ ଯଦି କ୍ଷେତ ଖାଇବା କାହା ଉପରେ ବିଶ୍ଵାସ କରାଯିବ ବୋଲି ପ୍ରଶ୍ନ ଉଠାଇଛନ୍ତି ଲେଖାଶ୍ରୀ।
ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଭୁଲ ତଥ୍ୟ ଦେଇ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ଭ୍ରମିତ କରିଛନ୍ତି । ଦୁଇ ଜଣ ବିଡ଼ିଓ ଦୁର୍ନୀତିଗ୍ରସ୍ତ ବୋଲି ସିଇଓ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି ଜଣାଇଛନ୍ତି । ଯଦି ସେମାନେ ଦୁର୍ନୀତିଗ୍ରସ୍ତ ତେବେ କାହିଁକି ଆଗରୁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉନଥିଲେ ରାଜ୍ୟ ସରକାର । କାହା ସ୍ବାର୍ଥରେ ବିଡ଼ିଓ 2 ଜଣଙ୍କୁ ବଦଳି କରାଗଲା ବୋଲି ବିଜେପି ପ୍ରଶ୍ନ ଉଠାଇଛି।
ରାଜନୀତି ଖବର ଆହୁରି ପଢନ୍ତୁ ।