ଗୋଡେଇ ଗୋଡେଇ ତାଙ୍କୁ ଘରୁ ଉଠାଯାଉଛି । ତାଙ୍କ ଉପରେ ଅପହରଣର ମିଛ କେସ କରିବା ସହ ଘରେ ଗଞ୍ଜେଇ ରଖି କେସ କରିବାର ଧମକ ଦିଆଯାଉଛି । ଅସ୍ତରଙ୍ଗ ରେ 8 ଜଣଙ୍କ ଘରେ ରେଡ଼ ଚାଲିଛି । ତାଙ୍କର ଅପହରଣ ହୋଇଛି ବୋଲି କହି ପୋଲିସ ତାଙ୍କୁ ଉଠେଇବାର ଚେଷ୍ଟା କରୁଛି ।
ଅନୁସୂଚିତ ଜାତି ଓ ଜନଜାତି ର ସମିତିସଭ୍ୟଙ୍କ ଉପରେ ବେସି ଜୁଲମ କରାଯାଉଛି । ଜୋର ଜବରଦସ୍ତ ଭୋଟ ନେବା ଗଣତନ୍ତ୍ର ରେ ଗ୍ରହଣୀୟ ନୁହେଁ । ପୋଲିସ ସରକାର ଙ୍କ ହାତ ବାରିସି ସାଜି ବିଜେଡି ପାଇଁ ସମିତି ସଭ୍ୟ ଯୋଗାଡ଼ ନ କରନ୍ତୁ । ତୁରନ୍ତ ନିର୍ବାଚନ ଆୟୋଗ ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛନ୍ତି ଲେଖାଶ୍ରୀ ସାମନ୍ତ ସିଂହାର ।