— Sujit Kumar Das (@sujitdas_bbsr) July 23, 2023
ସେ ବିଳିବିଳେଇବା ସ୍ୱଭାବିକ । ତାଙ୍କ ସାତ ପଛର ଏକଦା କଂଗ୍ରେସ ଭବନର କମ୍ପ୍ୟୁଟର ବୟ ଏବେ ବିଜେଡିର ଦୁଇଥର ରାଜ୍ୟସଭା ସାଂସଦ । ଅନ୍ୟମାନଙ୍କ ମଧ୍ୟରେ କିଏ ବିଧାୟକ, କିଏ ସାଂସଦ ଓ କିଏ ମନ୍ତ୍ରୀ । ଯେହେତୁ ନବାଗତ ଇପ୍ସିତା ଓ ତାଙ୍କ ରାଙ୍କ ସମାନ, ସେଥିପାଇଁ ଲୋକେ ଦୟା ଦେଖାଇବା ସହିତ ବିଜେଡି କର୍ମୀମାନେ ତାଙ୍କୁ ସହାନୁଭୂତି ଦେଖାନ୍ତୁ ।
ବିଜେପି ନେତା ଶ୍ରୀ ସମୀର ମହାନ୍ତି ରାଜ୍ୟ ବିଜେପି ସଭାପତି ପଦରୁ ବିଦା ହେବାପରେ ନିଜର ରାଜନୈତିକ ସ୍ଥିତି ହରାଇଛନ୍ତି । ରାଜନୀତିରେ ତିଷ୍ଠି ରହିବାପାଇଁ ଆପ୍ରାଣ ଉଦ୍ୟମ ସହିତ ଆଜିକାଲି ସେ ଟୁଇଟ୍ ଜରିଆରେ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରୁଛନ୍ତି । ଆମେ ତାଙ୍କର ନିରାଶା ଏବଂ ହତାଶାକୁ ବୁଝୁଛୁ । — Dr Lenin Mohanty (@DrLeninMohanty1) July 23, 2023
ତେବେ ଲେନିନ୍ ମହାନ୍ତି ବିଜେପି ନେତା ଶ୍ରୀ ସମୀର ମହାନ୍ତିଙ୍କୁ ଆକ୍ଷେପ କରି ଟୁଇଟ୍ କରିଥିଲେ। ସେ ଟୁଇଟ୍ ରେ କହିଥିଲେ ରାଜ୍ୟ ବିଜେପି ସଭାପତି ପଦରୁ ବିଦା ହେବାପରେ ନିଜର ରାଜନୈତିକ ସ୍ଥିତି ହରାଇଛନ୍ତି ସମୀର ମହାନ୍ତି । ରାଜନୀତିରେ ତିଷ୍ଠି ରହିବାପାଇଁ ଆପ୍ରାଣ ଉଦ୍ୟମ ସହିତ ଆଜିକାଲି ସେ ଟୁଇଟ୍ ଜରିଆରେ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରୁଛନ୍ତି । ଆମେ ତାଙ୍କର ନିରାଶା ଏବଂ ହତାଶାକୁ ବୁଝୁଛୁ । ତେବେ ଲେନିନ୍ ମହାନ୍ତିଙ୍କ ଏ ଟୁଇଟ୍ ର କଡା ଜବାବ ଦେଇଥିଲେ ବିଜେପି ନେତା ସୁଜିତ୍ ଦାସ ।
ଅଧିକ ପଢନ୍ତୁ ଓଡ଼ିଶା ଖବର