ମୋଦିଙ୍କ ମନକି ବାତରେ ଓଡ଼ିଶାର ନାୟକ ସାରଙ୍କ କଥା
ଭୁବନେଶ୍ଵର: ବିଜେପିର ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ନୂଆପଡ଼ା ଗସ୍ତରେ ଯାଇ ପତରା ଡ୍ୟାମ ଓ ପ୍ରସିଦ୍ଧ ଶୈବପୀଠ ବାବା ଯୋଗେଶ୍ୱରଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ଏହା ସହ ସେହି ଅଞ୍ଚଳର ଯୁବକମାନଙ୍କ ରୋଜଗାରକୁ ପ୍ରାଧାନ୍ୟ ଦେଇ ସେହି ସ୍ଥାନକୁ ବିଶ୍ଵସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ଭାବେ ମାନ୍ୟତା ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏ ନେଇ ସେ ଟ୍ଵିଟ କରିଛନ୍ତି।
ସେ କହିଛନ୍ତି ଯେ, ନୂଆପଡ଼ା ଜିଲ୍ଲାସ୍ଥିତ ପତରା ଡ୍ୟାମ ଓ ପ୍ରସିଦ୍ଧ ଶୈବପୀଠ ବାବା ଯୋଗେଶ୍ୱରଙ୍କ ଆଶୀର୍ବାଦ ଭିକ୍ଷା କରି ଓଡ଼ିଶାବାସୀଙ୍କ ମଙ୍ଗଳା କାମନା କରିଛନ୍ତି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ପତରା ଡ୍ୟାମ ତତ୍ ସହ ପ୍ରସିଦ୍ଧ ଶୈବପୀଠ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ଅତ୍ୟନ୍ତ ମନମୁଗ୍ଧକର ସ୍ଥାନ।
ରାଜ୍ୟ ସରକାରଙ୍କୁ ଅନୁରୋଧ ଏ ଅଞ୍ଚଳର ଯୁବକମାନଙ୍କ ରୋଜଗାରକୁ ପ୍ରାଧାନ୍ୟ ଦେଇ ଏହି ସ୍ଥାନକୁ ବିଶ୍ଵସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ଭାବେ ମାନ୍ୟତା ପ୍ରଦାନ କରନ୍ତୁ।