ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା । ହତ୍ୟାରେ ୨ ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ । ଏ ବିସ୍ଫୋରକ ବୟାନ ଦେଇଛନ୍ତି ଖୋଦ୍ ମୃତ ମାନସଙ୍କ ପତ୍ନୀ । ମାନସଙ୍କ ପତ୍ନୀ ଓ ଅନ୍ୟ ପରିବାର ଲୋକେ ଅଭିଯୋଗ କରିଛନ୍ତି, ମାନସଙ୍କ ହତ୍ୟା ମାମଲାରେ ୨ ମନ୍ତ୍ରୀ ପ୍ରତାପ ଜେନା ଓ ଦିବ୍ୟଶଙ୍କର ମିଶ୍ରଙ୍କ ହାତ ରହିଛି ।
ମାମଲାରେ ବଡ଼ ବଡ଼ ନେତାଙ୍କ ସହ ମନ୍ତ୍ରୀଙ୍କ ହାତ ରହିଛି । ସେମାନଙ୍କୁ ଗିରଫ କରାଯାଉ । ସେମାନେ ସେଠାରେ କଳାକାରନାମା କରୁଥିଲେ । ଯାହା ମାନସ ଜାଣିପାରିଥିଲେ । ଆଉ କିଛି ମେମୋରି ଚିପ୍ ରଖିଥିଲେ । ସେଥିପାଇଁ ମାନସଙ୍କୁ ହତ୍ୟା କରାଯାଇଛି ବୋଲି ମାନସଙ୍କ ମାଆ ଅଭିଯୋଗ କରିଛନ୍ତି । ସେମାନଙ୍କୁ ନ୍ୟାୟ ସହିତ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ଏହି ବଡ ବଡ ମନ୍ତ୍ରୀଙ୍କୁ ଗିରଫ କରାଯାଉ ବୋଲି ତାଙ୍କ ପରିବାର ପକ୍ଷରୁ ଦାବି ହୋଇଛି। ଯଦି ସେମାନଙ୍କୁ ଗିରଫ କରାନଯିବ ତାହେଲେ ମୁଁ ନବୀନ ନିବାସ ଆଗରେ ଆତ୍ମହତ୍ୟା କରିବି ବୋଲି ମାନସଙ୍କ ପତ୍ନୀ କହିଛନ୍ତି।