ଏବିଭିପି କହିଛି ଯେ, ଧୃତରାଷ୍ଟ୍ର ସାଜିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଦିନ ତଳେ କଳାହାଣ୍ଡିରେ ହୋଇଥିବା ସରକାରୀ କାର୍ଯ୍ୟକ୍ରମରେ ତାଙ୍କ ସହଯୋଗୀ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ପାଖାରେ ବସାଇ, ବିଜେଡି ମମିତା ମେହେରଙ୍କ ଅପରାଧୀକୁ ସୁରକ୍ଷା ଦେଉଛି ବୋଲି ସଙ୍କେତ ଦେଇଛନ୍ତି । ଖାଲି ମମିତା ନୁହେଁ ଇତିଶ୍ରୀ, ବେବିନା, ସସ୍ନିତା, ମାଧବିଲତା, ପରୀ ଆଦି ଘଟଣାରେ ରାଜ୍ୟ ସରକାରଙ୍କ ଅନେକ ନେତା ମନ୍ତ୍ରୀ ସାମିଲ ଅଛନ୍ତି। ନାରୀକୁ ସୁରକ୍ଷା ଦେବା ବଦଳରେ ଉତ୍ପୀଡ଼ନ କରାଯାଉଛି । ରାଜ୍ୟର ବିଜେଡ଼ି ସରକାର ଆସିବା ପରେ ପାଖାପାଖି 1 ଲକ୍ଷରୁ ଉର୍ଦ୍ଧ୍ବ ମହିଳା ନିର୍ଯାତନାର ଶିକାର ହୋଇଛନ୍ତି । ମାତ୍ର କାହାରିକୁ ନ୍ୟାୟ ମିଳିପାରୁ ନାହିଁ । ମମିତା ମେହେରଙ୍କୁ ଜଘନ୍ୟ ଭାବେ ହତ୍ୟା କରାଯାଇଛି । ଏ ଘଟଣା ଏକ ଭୟଙ୍କର ସ୍ଥିତିକୁ ସୂଚାଉଛି ।
ସଙ୍ଗଠନ କହିଛି ଯେ, ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ସମେତ ଏକାଧିକ ଶାସକ ଦଳର ନେତା ଏ ହତ୍ୟାକାଣ୍ଡରେ ସମ୍ପୃକ୍ତ । ମାତ୍ର କାହା ଵିରୋଧରେ କିଛି ଆକ୍ସନ ହେଉନି। ଗୋଟିଏ ଜନ କଲ୍ୟାଣକାରୀ ସରକାର ସମ୍ବେଦନ ବିନା ଚାଲିପାରିବ ନାହିଁ । ମାତ୍ର ଦୁଃଖର ବିଷୟ 21 ବର୍ଷ ଭିତରେ ସରକାର ଗୋଟିଏ ଘଟଣାରେ ନ୍ୟାୟ ଦେବାକୁ ଅସମର୍ଥ। ଏପରି ଯଦି ଚାଲିବ ତେବେ ନାରୀ କେବେ ନିଜକୁ ସୁରକ୍ଷତି ବୋଲି ମନେ କରିବ? କେବେ ତା ବାପା-ମାଆ ତାକୁ ଖୁସିରେ ବାହାରକୁ ଛାଡିବେ?
ତେବେ ମନ୍ତ୍ରୀଙ୍କୁ ବହିଷ୍କାର କରିବ ସହ ଓ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ନଯାଏ ଆନ୍ଦୋଳନ ଜାରି ରହିବ ବୋଲି ଏବିଭିପି କହିଛି। ଆଗକୁ ମମିତାଙ୍କୁ ନ୍ୟାୟ ଦେବ ପାଇଁ ସାରା ଓଡ଼ିଶାର ହଜାର ହଜାର ଏବିଭିପିର କାର୍ଯ୍ୟକର୍ତା ଏକାଠି ହୋଇ ଶୋଇ ରହିଥିବା ରାଜ୍ୟ ସରକାରଙ୍କୁ କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ କରିବେ ବୋଲି ସଙ୍ଗଠନ କହିଛି। ମୁଖ୍ୟମନ୍ତ୍ରୀ କ୍ୟାପଟେନଙ୍କୁ ନିଜ ସହ ଷ୍ଟେଜ ଉପରେ ବସାଇ ତାଙ୍କୁ ନିର୍ଦୋଷ ବୋଲି କହିବାର ସଂକେତ ନ ଦେଇ ଏହି ଘଟଣାର ଉଚ୍ଚନ୍ୟାୟିକ ତଦନ୍ତ ପାଇଁ ନିଜ ତରଫରୁ ସ୍ପଷ୍ଟ କରନ୍ତୁ ବୋଲି ଏବିଭିପିର ରାଜ୍ୟ ସମ୍ପାଦକ ସୌଭାଗ୍ୟ ମହାନ୍ତି ଦାବି କରିଛନ୍ତି ।