ପୁରୀରେ ବିକାଶ ନାଁରେ ଚାଲିଥିବା କାର୍ଯ୍ୟକୁ ଜଗଦଗୁରୁ ନିଶ୍ଚିଳାନନ୍ଦ ସରସ୍ୱତୀଙ୍କ ନାପସନ୍ଦ । କହିଲେ ବିକାଶ ନାଁରେ ବିକୃତ କରାଯାଉଛି । ପୁରୀରେ ବିକାଶ ନାଁରେ ବିଲୁପ୍ତ ମାର୍ଗ ପ୍ରଶସ୍ତ ହେଉଛି । ଶାସନତନ୍ତ୍ରର ଦାୟିତ୍ୱ ତୀର୍ଥସ୍ଥଳୀକୁ ଭୋଗସ୍ଥଳୀ ନ କରିବା । ଆମେ ବିକାଶ ଚାହୁଁଛୁ; ପରନ୍ତୁ ଅସ୍ଥିତ୍ବ ବିଲୋପର ପକ୍ଷରେ ନାହୁଁ । ତପସ୍ଥଳୀ ଏବେ ସୁରା-ସୁନ୍ଦରୀଙ୍କ ସ୍ଥାନ ପାଲଟିଛି । ଦେବାବେବୀ ରାଗିଲେ ଓଡ଼ିଶା ପାଇଁ ଶୁଭଙ୍କର ନୁହେଁ । ବିକାଶ ନାଁରେ ଅଯଥାରେ ବୋବାଲ ସୃଷ୍ଟି କରାଯାଉଛି ।
ବିକାଶ ସମସ୍ତେ ଚାହାନ୍ତି, ଐତିହ୍ୟ ସ୍ଥଳୀର ବିନାଶ ନୁହେଁ । ଦେବୀ, ଦେବତାଙ୍କ ସ୍ଥାନକୁ ବି ବିଲୁପ୍ତ କରାଯାଉଛି । ଶାସନତନ୍ତ୍ରର ଦାୟିତ୍ବ କି ତୀର୍ଥସ୍ଥଳୀକୁ ଭୋଗସ୍ଥଳୀ ନକରିବା । ଶାସନତନ୍ତ୍ର ଲୋକମତକୁ ନେଇ ବଳଶାଳୀ ଭାବିବା ଉଚିତ ନୁହେଁ । ଲୋକମତ କେବେ ବି ବିପରିତ ହୋଇପାରେ । ଶାସନତନ୍ତ୍ର କୌଣସି ପ୍ରକାର ଆତ୍ମଗର୍ବ ନଦେଖାଇବା ଉଚିତ । ପୁରୀକୁ ମାର୍ଗ ପ୍ରସସ୍ତ ନାଁରେ ବିକୃତ କରାନଯାଉ । ତପସ୍ଥଳୀକୁ ଭୋଗସ୍ଥଳୀ କଲେ ଦେବାଦେବୀ କୋପ କରିବେ । ବିକାଶ ନାଁରେ ବିକୃତ କରିବା ଦିଗରେ ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦିଅନ୍ତୁ । ଭାଙ୍ଗିଥିବା ମଠ, ଦେବାଦେବୀ ମନ୍ଦିର ପାଇଁ କ୍ଷୋଭ ପ୍ରକାଶ କରନ୍ତୁ । ଭବିଷ୍ୟତରେ ଏଭଳି ଘଟଣାକୁ ଦୃଷ୍ଟି ଦେବାକୁ କହିଲେ ଶଙ୍କରାଚାର୍ଯ୍ୟ ।
ଆହୁରି ଅଧିକ ଓଡିଶାର ଅନ୍ଯାନ୍ଯ ତାଜା ଖବର ପଢ଼ନ୍ତୁ ।