ସୂଚନାନୁସାରେ, ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାର ଅଭିଯୁକ୍ତ କୁହାଯାଉଥିବା ପତ୍ନୀ ବିଦ୍ୟାଭାରତୀ, ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ସୌମ୍ୟଙ୍କ ରୋଷେୟାଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିଲା । ୪ ଘଣ୍ଟାରେ ବିଦ୍ୟାଭାରତୀଙ୍କୁ ୧୦୦ ପ୍ରଶ୍ନ ପଚରାଯାଇଥିଲା । ଡିଏଫଓଙ୍କୁ ୨ଘଣ୍ଟାରେ ପଚରାଯାଇଥିଲା ୧୦୦ ପ୍ରଶ୍ନ । ସେହିପରି ରୋଷେୟାଙ୍କୁ ୬୦ପ୍ରଶ୍ନ କରିଥିଲା କ୍ରାଇମବ୍ରାଞ୍ଚ । ପ୍ରଥମେ ପୋଲିସର ଜେରା ପରେ କ୍ରାଇମବ୍ରାଞ୍ଚର ଜେରା ପରେ ଶେଷରେ ୩ ଜଣଙ୍କର ଲାଏ ଡିଟେକ୍ସନ କରାଯାଇଥିଲା । ତେବେ ଘଟଣାକୁ ୨ ମାସରୁ ଅଧିକ ଦିନ ବିତିଗଲାଣି, କେବେ ମିଳିବ ନ୍ୟାୟ ତାକୁ ହିଁ ଅପେକ୍ଷା।
ACF ସୌମ୍ୟ ରଞ୍ଜନ ମୃତ୍ୟୁ ଘଟଣା, କ୍ରାଇମବ୍ରାଞ୍ଚ ପାଖରେ ପହଞ୍ଚିଲା ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ

ଅର୍ଗସ ବ୍ୟୁରୋ: ACF ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ଘଟଣା । ଆସିଲା ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ । କ୍ରାଇମବ୍ରାଞ୍ଚ ପାଖରେ ପହଞ୍ଚିଲା ବିଦ୍ୟା ଭାରତୀ, DFO ଓ ରୋଷେୟାର ରିପୋର୍ଟ । ତଦନ୍ତକାରି ଟିମ ରିପୋର୍ଟ ଉପରେ କରୁଛନ୍ତି ତର୍ଜମା । ପୁରୁଣା ବୟାନ ସହ ଲାଏ ଡିଟେକ୍ସନ ଟ୍ରଷ୍ଟ ରିପୋର୍ଟକୁ ଅନୁଧ୍ୟାନ କରୁଛି କ୍ରାଇମବ୍ରାଞ୍ଚ । ରିପୋର୍ଟ ଆସିବା ପରେ ତର୍ଜମା କରା ଯାଉଥିବା ସୂଚନା ଦେଲେ କ୍ରାଇମବ୍ରାଞ୍ଚ ADG । ରିପୋର୍ଟ ଆଧାରରେ ଖୁବଶୀଘ୍ର ଆଗକୁ ବଢିବ ତଦନ୍ତ ।
Download Argus News App
