ଦିନେ ଗିରିଧରଙ୍କ ପାଖରେ ନିଜର ଗୋରୁଗାଇ ଥିଲେ। ମାତ୍ର ପରିସ୍ଥିତିରେ ପଡି ସେ ସବୁକୁ ଗୋଶାଳରେ ଦାନ କରିଥିଲେ। ଏବେ ଗିରିଧରଙ୍କୁ ଏହି କାର୍ଯ୍ୟ କରିବାରେ ପୂର୍ଣ୍ଣ ମାତ୍ରାରେ ସହଯୋଗ କରୁଛନ୍ତି ରଘୁନାଥ ନଗର ଗୋ ଶାଳାର କର୍ମକର୍ତ୍ତା ମାନେ। ଗତ ତିନି ବର୍ଷ ହେଲା ମୁର୍ମୁଷ ଓ ଦୁର୍ଘଟଣାଗ୍ରସ୍ତ ଗାଈ ଗୋରୁଙ୍କୁ ମାଗଣା ଚିକିତ୍ସା ଯୋଗାଇ ଆସୁଛନ୍ତି । ଏବେ ଡୁମଡୁମା ଅଞ୍ଚଳ ନିକଟରେ ଥିବା ରଘୁନାଥ ନଗର ଗୋ ଶାଳାରେ ୫୦ରୁ ଅଧିକ ଗୋରୁ ଗାଈ ଚିକିତ୍ସିତ ହେଉଛନ୍ତି । ଚିକିତ୍ସା ସରିଲା ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିବା ଜାଗାରେ ଛଡା ହେଇଯାଉଛି ।
ଏହି ଗୋସେବା ପାଇଁ ଗିରିଧରଙ୍କୁ ବିଭିନ୍ନ ସ୍ବେଛାସେବୀ ସଙ୍ଗଠନ ସାହାଯ୍ୟ କରୁଛନ୍ତି । କିନ୍ତୁ ତାହା ପର୍ଯ୍ୟାପ୍ତ ନୁହେଁ । ତେଣୁ ସରକାର ଯଦି କିଛି ଆର୍ଥିକ ସହାୟତା ଯୋଗାଇ ଦିଅନ୍ତେ ତେବେ ଏହା ଆଗକୁ ବଢି ପାରନ୍ତା ବୋଲି ସେ କହିଛନ୍ତି।