ତେବେ ଆଜି ତାଙ୍କ ଶୁଣାଣି ଥିବା ବେଳେ ଦଫା ୩୦୨ ମାମଲାରେ ଆଜୀବନ ସଜା ଶୁଣାଇବା ସହ ୨୦ ହଜାର ଜରିମାନା କରିଛନ୍ତି । ଜରିମାନା ଅନାଦାୟ ହେଲେ ଆହୁରି ୨ ବର୍ଷ ସଜା ଶୁଣାଇଲେ ମାନ୍ୟବର କୋର୍ଟ ।ତୁରେକେଲା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ସେ ସମୟରେ କୋର୍ଟ ଚାଲାଣ କରିଥିଲା।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ
ଅର୍ଗସ ବ୍ୟୁରୋ: ହତ୍ୟାକାରୀଙ୍କୁ ଆଜୀବନ ଜେଲ। ସଜା ଶୁଣାଇଲେ କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରାଜଜ ହିମାଂଶୁ ଶେଖର ମଲ୍ଲିକ। ଅଭିଯୋଗ ଅନୁଯାୟୀ, ତୁରେକେଲା ଥାନା ପଣ୍ଡ୍ରେନ ଗାଁରେ ଜିତେନ ପୋଡ଼ ୨୦୨୧ ମସିହାରେ ଗାଁର ଜଣେ ୯ ବର୍ଷର ନାବାଳକଙ୍କୁ ନିର୍ମମ ଭାବେ ହତ୍ୟା କରିଥିବାବେଳେ ତାଙ୍କ ବାପାଙ୍କୁ ହତ୍ୟା ଉଦ୍ୟମ କରିଥିଲେ।