ଅଭିଯୁକ୍ତ ସ୍ବାମୀ ବାଁଶଡା ଥାନା ଅନ୍ତର୍ଗତ ଖଦାଳ ପୋଖରି ଗ୍ରାମର ପ୍ରହଲ୍ଲାଦ ଦାସ ବୋଲି ଜଣାପଡ଼ିଛି।
ପତ୍ନୀହନ୍ତାଙ୍କୁ ଆଜୀବନ ଜେଲ
Download Argus News App

ଭଦ୍ରକ : ତନ୍ତ୍ର ସାଧନା ପାଇଁ ନିଜ ପତ୍ନୀକୁ ବଳି ଦେଇଥିବା ପତ୍ନି ହନ୍ତା ସ୍ବାମୀକୁ ଆଜୀବନ ଜେଲଦଣ୍ଡ ଦିଆଯାଇଛି। ଭଦ୍ରକର ମାନ୍ୟବର ଜିଲ୍ଲା ଜଜ୍ ପ୍ରଦ୍ୟୁମ୍ନ କୁମାର ନାୟକ ଅଭିଯୁକ୍ତ ସ୍ୱାମୀ ନିଜର ପତ୍ନୀକୁ ହତ୍ୟା କରିଥିବା ଅପରାଧରେ ଆଜୀବନ ଜେଲ ଦଣ୍ଡ ସହ ନଗଦ 50 ହଜାର ଟଙ୍କା ଜରିମାନା କରିଛନ୍ତି।
ଅଭିଯୁକ୍ତ ସ୍ବାମୀ ବାଁଶଡା ଥାନା ଅନ୍ତର୍ଗତ ଖଦାଳ ପୋଖରି ଗ୍ରାମର ପ୍ରହଲ୍ଲାଦ ଦାସ ବୋଲି ଜଣାପଡ଼ିଛି।