ଏସବୁକୁ ନେଇ ଡର ଧିରେଧିରେ ତା ଭିତରୁ ଉଭେଇ ଗଲାଣି । ଅନେକ ଦିନରୁ ଏହି କାମ କରୁଥିବାରୁ ଭୟ ଲାଗୁନଥିବା କହିଛି ଏହି ଝିଅଟି । ପାଠ ପଢିବାକୁ ଅର୍ଥର ଅଭାବ । ସକାଳୁ ଉଠିଲେ ଗାଁ ଗାଁ ବୁଲି ଦେଖେଇବାକୁ ପଡେ ଏମିତି କସରତ । ଏହି ଖେଳରେ ସାମିଲ ରହିଛନ୍ତି ଏହି ଝିଅ ଆଉ ତା ବାପା ମା ।
ପୁରୁଷାନୁକ୍ରମେ ଏମାନେ ଏହି ଖେଳ ଦେଖାଇ ଆସୁଛନ୍ତି । ଏହି ଖେଳ ଦେଖାଇବା ବେଳେ ସେମାନଙ୍କୁ କୌଣସି ପ୍ରକାର ଭୟ ଲାଗୁନଥିବା କହିଛନ୍ତି ଝିଅର ମାଆ । ଏହି ଖେଳ ଦେଖାଇ ଦିନକୁ ୫୦୦ ରୁ ୧୦୦୦ ଟଙ୍କା ରୋଜଗାର ହୁଏ । ସେତିକି ରେ ଗୁଜୁରାଣ ମେଣ୍ଟିଯାଏ। ଏହି ବିପଦପୂର୍ଣ୍ଣ ଖେଳ ଦେଖିବାକୁ ଲୋକ ବି ପସନ୍ଦ କରନ୍ତି । ଲୋକଙ୍କ ଭିଡ଼ ଜମେ । ଖେଳ ଦେଖି ଲୋକ ନିଜ ମନୋରଞ୍ଜନ କରନ୍ତି ଏବଂ କିଛି କିଛି ଟଙ୍କା ଦିଅନ୍ତି ।
ଜୀବନ ଜୀବିକା ପାଇଁ ଲୋକ ଅନେକ କିଛି କରିଥାନ୍ତି । ଏହି ଖେଳ ଯେତିକି ମନୋରଞ୍ଜନ ସେତିକି ବିପଦପୂର୍ଣ୍ଣ । ଅର୍ଥର ଅଭାବ ଯୋଗୁଁ ପେଟ ପୋଷିବାକୁ ସେମାନେ ଏହି ବିପଦପୁର୍ଣ୍ଣ ଖେଳକୁ ଆପଣେଇଥାଆନ୍ତି । ତେଣୁ ସେମାନଙ୍କୁ ଥଇଥାନ କରାଇଲେ ସେମାନେ ଆରାମ ରେ ଜୀବନ ଯାପନ କରିପାରିବେ ବୋଲି ସାଧାରଣ ରେ ଦାବି ହୋଇଛି।