ଏହି ପ୍ରତିଯୋଗିତାରେ ରାଜ୍ୟ ସମେତ ଦେଶର ୬ଟି ବଛା ବଛା ଶୀର୍ଷ ଦଳ ଗୁଡିକ ଭାଗ ନେବେ। ସାଇ ସ୍ପୋର୍ଟସ ହଷ୍ଟେଲ, ଗୁଜୁରାଟ , ଛତିଶଗଡ଼ ପୋଲିସ, ଇଷ୍ଟ କୋଷ୍ଟ ରେଲୱେ, ଏହି ଭଳି ୬ଟି ଦଳ ଖେଳିବା ପରେ ବିଜେତାଙ୍କୁ ମିଳିବ ନଗଦ ୧୫,୦୦୦ ଟଙ୍କା ସହ ଉପବିଜେତା ଦଳକୁ ଟ୍ରଫି ସହ ୧୦,୦୦୦ ଟଙ୍କା ଦିଆଯିବ । ଏହି ଟୁରଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ। କ୍ଲବର ସଭାପତି ଏହି ସୂଚନା ଦେଇଛନ୍ତି ।
ଆସନ୍ତା ଡିସେମ୍ବର ୩ ଓ ୪ ତାରିଖରେ ଅନୁଷ୍ଠିତ ହେବ

ଅର୍ଗସ ବ୍ୟୁରୋ : ଲିଙ୍ଗରାଜ ସ୍ପୋର୍ଟସ ଆସୋସିଏସନର ଆସନ୍ତା ଡିସେମ୍ବର ୩ ଓ ୪ ତାରିଖ ଦୁଇ ଦିନ ଧରି ସର୍ବ ଭାରତୀୟ ଦିବାରାତ୍ର ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ସୁନ୍ଦରପଦା ଫୁଟବଲ ପଡ଼ିଆରେ ୧୩ ତମ ଏହି କାର୍ଯ୍ୟକ୍ରମ ହେବ। ଗତ ୨ ବର୍ଷ କୋଭିଡ ମହାମାରୀ ପାଇଁ ବନ୍ଦ ରହିଥିଲା ।
Download Argus News App
