ସେପଟେ କରୋନାକୁ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସତର୍କ କରାଇଛନ୍ତି । ଏବେ କୋଭିଡ ସଂକ୍ରମଣ ବଢ଼ୁଛି । ଲୋକଙ୍କ ଠାରେ ଲକ୍ଷଣ ଦେଖାଯାଉନି ବା ସ୍ବଳ୍ପ ଲକ୍ଷଣ ରହୁଛି । ବର୍ତ୍ତମାନ ଆମେ ଏକ କ୍ରସ ରୋଡ଼ରେ ଅଛନ୍ତି । ଭୂତାଣୁ ଟ୍ରାନ୍ସମିଟ ହେଉଛି, ମ୍ୟୁଟେଣ୍ଟ ବି ହେଉଛି । ଯେତେ ମ୍ୟୁଟେଣ୍ଟ ହେବ, ତାର ସଂକ୍ରମଣ ହାର ଅଧିକ ରହିବ । କିନ୍ତୁ ଏହା କେତେ ରୋଗ କରାଇବ, କେତେ ଲୋକ ଡାକ୍ତରଖାନାକୁ ଯିବେ, ତାହା ଜାଣିବା ଲାଗି ଅପେକ୍ଷା କରିବାକୁ ପଡ଼ିବ । ତେଣୁ ଯେଉଁମାନଙ୍କ ଠାରେ ଥଣ୍ଡା, ଜ୍ବର, କାଶ ହେଉଛି ସେମାନେ କୋଭିଡ ପରୀକ୍ଷା କରାଇନେବା ଉଚିତ ବୋଲି ସେ କହିଛନ୍ତି । ଏହାସହ କାଉଡ଼ିଆ ମାନଙ୍କୁ ଦଳ ଦଳ ହୋଇ ନ ଚାଲି ଦୂରତା ରକ୍ଷା କରିବା ସହ ମନ୍ଦିରରେ ମଧ୍ୟ ଲାଇନରେ ଦୂରତା ରଖନ୍ତୁ ବୋଲି ସେ କହିଛନ୍ତି ।