ସେପଟେ କୋଭିଡ କଟକଣାରେ ହେବ ମହା ଶିବରାତ୍ରି । ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ। ଲିଙ୍ଗରାଜ ମହାପ୍ରଭୁଙ୍କ ନୀତିକାନ୍ତି ନେଇ ଟ୍ରଷ୍ଟବୋର୍ଡ ସଭାପତି ତଥା ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଟ୍ରଷ୍ଟ ବୋର୍ଡର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଚଳିତ ବର୍ଷ ମଧ୍ୟ କୋଭିଡ କଟକଣାରେ ମହାଶିବ ରାତ୍ରି ପାଳନ ହେବା ନେଇ ନିଷ୍ପତ୍ତି ହୋଇଛି ।
ଶାନ୍ତି ଶୃଙ୍ଖଳା ସହ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ଚୁଡାନ୍ତ ହୋଇଥିବା ବେଳେ ରାତି ୧୦ଟାରେ ମହାଦିପ ଉଠିବା ନେଇ ନିଷ୍ପତ୍ତି ନିଆଯାଇଛି । ତେବେ ନିଯୋଗ ମାନଙ୍କ ଦାବି ନେଇ ଆଲୋଚନା ହୋଇଛି ।
ରାଜ୍ୟରେ କରୋନା ମହାମାରୀର ତୃତୀୟ ଲହର ଧିରେ ଧିରେ କମିବାରେ ଲାଗିଛି। ଯାହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି କଟକଣା ଜାରି କରାଯାଇଛି।